*ନେସନାଲ କଲେଜ ନୂଆପଡ଼ା ଠାରେ ଜାତୀୟ ସେବା ଯୋଜନା ଦିନିକିଆ ଦକ୍ଷତା ବୃଦ୍ଧି ଶିବିର*
ନୂଆପଡା(ମିଖାଏଲ ନନ୍ଦ)
ତା: ୨୧.୦୪.
ନେସନାଲ କଲେଜ ନୂଆପଡ଼ା ଠାରେ ଜାତୀୟ ସେବା ଯୋଜନା ଦିନିକିଆ ଦକ୍ଷତା ବୃଦ୍ଧି ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁସ୍ଥାପକ ପାଠ୍ୟକ୍ରମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବିର ରେ ସମ୍ବଲପୁର ଅଞ୍ଚଳିକ ନିର୍ଦେଶକ ଶ୍ରୀମତୀ ସରିତା ପଟେଲ,,ତାଙ୍କ ସହିତ ଦୁଇ ଜଣ ଯୁବ ଅଫିସ ଅଜିତ କୁମାର ଏଵଂ ଏ ଏସ କବିର ଭାରତ ସରକାର ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଯୋଗଦାନ୍ କରିଥିଲେ ।କଲେଜ କର୍ତ୍ତୃପକ୍ଷ ଓ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଯୋଗ ଦେଇ ଅତିଥିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ସଭାର ସଭାପତିତ୍ୱ କରିଥିଲେ । ସମସ୍ତ ଅଧିକାରୀ ମାନେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ତୁକଲା କଲେଜ ସଂଯୋଜକ ଶ୍ରୀ ପ୍ରତାପ ଦାସ ।ଜାନକୀ ଦଣ୍ଡସେନା ଓ ପୁନମ ଦେୱାଙ୍ଗନ ଉଭୟ ସ୍ୱେଚ୍ଛାସେବୀଙ୍କୁ ଜାତୀୟ ସେବା ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ କରିଥିଲେ । ପ୍ରକାଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲାବ୍ଲ ବେଳେ ହେମଲ୍ ସା ଧନ୍ଯବାଦ ଅର୍ପଣ କରିଥିଲେ।
