*ଭୋଜପୁର ପଂଚାୟତ ଗୃହ ନିର୍ମାଣ ରେ ଶୋଷଣ ର ଶିକାର ହେଉଛନ୍ତି ଶ୍ରମିକ l*
ନୂଆପଡା( ମିଖାଏଲ ନନ୍ଦ)
ତା-୨୧/୦୪
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ର ଭୋଜପୁର ପଂଚାୟତ ରେ ପଂଚାୟତ ଗୃହ ନିର୍ମାଣ ପାଇଁ ୨୦୨୫/୨୬ ରେ ବିଭିନ୍ନ ଯୋଜନା ରୁ ୩୩ଲକ୍ଷ ଟଙ୍କା ଅନୁମୋଦନ ହୋଇ ଫେବୃଆରୀ ରେ ପଂଚାୟତ ଗୃହ ନିର୍ମାଣ ଆରମ୍ଭ କରାଇଥିଲା l ସରକାର ଲୋକଙ୍କ ସୁବିଧା ପାଇଁ ଏହି ଗୃହ କରିବାର ମୁଖ୍ୟ ଉଧେଶ୍ୟ l ଭୋଜପୁର ଗ୍ରାମରେ ଅନେକ ଗରିବ ଶ୍ରେଣୀ ର ପୁରୁଷ ଓ ମହିଳା ବସ ବାସ କରିଥାନ୍ତି l ସେହି ଗରିବ ଶ୍ରେଣୀ ର ଲୋକେ ପଂଚାୟତ ରେ ହେଉ ଥିବା ସରକାର ଙ୍କ ବିଭିନ୍ନ ବିକାଶ ମୂଳକ କାମରେ ନିୟୋଜିତ ହେବା ପାଇଁ ଲୋତକ ପକ୍ଷୀ ପରି ଚାହିଁ ରହିଥାନ୍ତି l କାରଣ ସରକାର ଙ୍କ ଏହି କାମରେ ଶ୍ରମିକ ଭାବରେ କାମ କଲେ ସରକାର ଙ୍କ ଧାର୍ଯ୍ୟ ଟଙ୍କା ପାଉଣା ପାଇ ପରିବାର ର ଭରଣ ପୋଷଣ କିଛି ଦିନର ହୋଇପାରିବ l ହେଲେ ଏହି ଯୋଜନା ର ପଂଚାୟତ ଗୃହ ନିର୍ମାଣରେ ନିଜେ ସରପଞ୍ଚ ଠିକାଦାର ସାଜି ନିୟୋଜିତ ଗରିବ ଶ୍ରେଣୀ ର ଶ୍ରମିକ ମାନଙ୍କୁ ସରକାର ଙ୍କ ଧର୍ଯ୍ୟ ଟଙ୍କା ନଦେଇ ବ୍ୟାପକ ମାତ୍ରାରେ ଶୋଷଣ କରି ଶ୍ରମିକ ମାନଙ୍କ ଅନାଟନକୁ ଆହୁରି ଦୁଇ ଗୁଣିତ କରିହିବା ଅଭିଯୋଗ କରିଛନ୍ତି l ପୁଣି ସରପଞ୍ଚ ନିଜ ନୀତି ନିୟମ କରି ସରକାରୀ ଉନ୍ନୟନମୂଳକ କାମରେ ପୁରୁଷ ଓ ମହିଳା ଶ୍ରମିକ ମାନଂକୁ ଶ୍ରେଣୀ ଭୁକ୍ତ କରି ପୁରୁଷ ଶ୍ରମିକ କୁ ୩୦୦ ଟଙ୍କା ଓ ମହିଳା ଶ୍ରମିକକୁ ୨୬୦ଟଙ୍କା ଦୈନିକ ଦେଇ। ଠିକାଦାର ମାନେ ଶୋଷଣ କରୁଛନ୍ତି।
