ଗ୍ୟାସ ସଙ୍କଟକୁ ନେଇ ବିଧାୟକଙ୍କ ବୈଠକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଦିନକୁ ଦିନ ସୋରରେ ଉତ୍କଟ ହେବାରେ ଲାଗିଛି ଗ୍ୟାସ ସଂଙ୍କଟ। ଗ୍ୟାସ ସଙ୍କଟକୁ ନେଇ ସୋର ବିଧାୟକ ମାଧବ ଧଡା ଏବଂ ଯେଗାଣ ବିଭାଗର ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋରରେ ଗ୍ୟାସ କଳାବଜାରୀକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଏହାର ସମାଧାନ ସହିତ ଲୋକମାନଙ୍କୁ ଉଚିତ ବ୍ୟବହାର ଓ ସଠିକ ସମୟରେ ଗ୍ୟାସ ଏଜେନ୍ସି ଗୁଡିକ ଗ୍ୟାସ କିପରି ଦେବେ ସେ ବାବଦରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଏହି ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ ନରସିଂହ ପଣ୍ଡା, ସହକାରୀ ଯୋଗାଣ ଅଧିକାରୀ ପୁରଞ୍ଜୟ ସାହୁ, ନିଳଗିରି ସହକାରୀ ଯୋଗଣ ଅଧିକାରିଣୀ ବିଦ୍ୟୁତଲତା ନାୟକ, ସୋର ଯୋଗାଣ ଅଧିକାରୀ ଦେବାଷିଶ କର, ବାହାନଗା ଯୋଗାଣ ଅଧିକାରୀ ରାକେଶ ପାତ୍ର ଓ ସୋରରେ ଥିବା ୫ଟି ଗ୍ୟାସ ଏଜେନ୍ସିର ମାଲିକମାନେ ଉପସ୍ଥିତ ଥିଲେ।
