(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
Headline ମୌଳିକ ଅଧିକାର ରୁ ବଞ୍ଚିତ ବୃଦ୍ଧା ମହିଳା , ରହିବାକୁ ଭଲ ଘର ଖଣ୍ଡେ ନାହିଁ ।
Sub headline ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟ କଣ ?
Anc_ ଜନତା ଙ୍କ ସମସ୍ୟା ଉପରେ ସମସ୍ୟା ବଢ଼ିବାରେ ଲାଗିଲା କାହିଁକି ? ମୌଳିକ ଅଧିକାର ରୁ ବଞ୍ଚିତ ହେବାର କାରଣ କଣ ? ସରକାର ଏବଂ ପ୍ରଶାସନ ଦୁହେଁ ଏଭଳି ସମସ୍ୟା ର ସମାଧାନ କରିପାରିବେ କି ? ଜନସାଧାରଣ ରେ ଚର୍ଚ୍ଚା ପାଲଟିଛି । ରହିବାକୁ ଭଲ ଘର ଖଣ୍ଡେ ନଥିବା ବେଳେ ମାସିକ ବୃଦ୍ଧା ଭତ୍ତା ବୟସ ଅନୁଯାୟୀ ମିଳିପାରୁ ନାହିଁ , ହଁ ଆଜ୍ଞା ଆମେ ଆସି ପହଞ୍ଚି ଯାଇଛୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅର୍ନ୍ତଗତ ଗଡିଆଯୋର୍ ଗ୍ରାମ ପଞ୍ଚାୟତ ପିପଲା ଗାଁ ରେ, ସ୍ଥାନୀୟ ବୃଦ୍ଧା ମଦନା ଦେଇ ଙ୍କୁ ଆଧାର କାର୍ଡ ରେ ୮୬ ବର୍ଷ ଏବଂ ଭୋଟର୍ କାର୍ଡ ରେ ୭୨ ବର୍ଷ ହୋଇଥିବା ବେଳେ ବାସ୍ତବରେ ୮୦ ବର୍ଷ ରୁ ଉର୍ଦ୍ଧ ହୋଇଥିବା ଜଣାପଡ଼ିଛି । କିନ୍ତୁ ସରକାରୀ ବାବୁ ଙ୍କ ନଜର ରେ ଏହି ବିଧବା ବୃଦ୍ଧା ମହିଳା କୁଆଡେ ଯୁବତୀ ଥାଇ ପାରନ୍ତି ।
Byte _୧ Madana Dei
ଆର୍ଥିକ ଅସୁବିଧା ବଢ଼ିବାରେ ଲାଗିଛି , ବିଧବା ଏବଂ ବୃଦ୍ଧା ହୋଇଥିବାରୁ ଦୈନିକ ମଜୁରୀ ପାଇଁ ଅକ୍ଷମ ଅଟନ୍ତି ।ସେଇଥି ପାଇଁ ଆଜି ବାଧ୍ୟ ହୋଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।ପ୍ରଶାସନ ଙ୍କ ଏଭଳି ମନୋଭାବ କାରଣ ରୁ ଏହି ବୃଦ୍ଧା ମହିଳା ମୌଳିକ ଅଧିକାର ରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ହୋଇ ରହିଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ମଦନା ଦେଇ ଙ୍କୁ ୮୦ ବର୍ଷ ରୁ ଉର୍ଦ୍ଧ ବିତିଯାଇଛି। ଏବଂ ଆଧାର କାର୍ଡ ରେ ମଧ୍ୟ ୮୬ ବର୍ଷ ହୋଇଛି କିନ୍ତୁ ସରକାରୀ ବାବୁ ଙ୍କ ନଜର ରେ କୁଆଡେ ଯୁବତୀ ଥାଇପାରନ୍ତି ,ସେଇଥି ପାଇଁ ହିଁ ଆଜି ପର୍ଯ୍ୟନ୍ତ ୩୫୦୦ ଟଙ୍କା ନଦେଇ ଏକ ହଜାର ଟଙ୍କା ଭତ୍ତା ଦେଉଛନ୍ତି ।
Byte_୨ ସ୍ଥାନୀୟ ଅଞ୍ଚଳବାସୀ
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଦେଶର ନମ୍ବର ୱାନ ରାଜ୍ୟ କରିବେ ଏବଂ ଡବଲ୍ ବିକାଶ ପାଇଁ BJP ସରକାର କହିଥିଲେ କିନ୍ତୁ ଆଜି ଏହି ଡବଲ ବିକାଶ ର ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି ଏହା ହିଁ ନମ୍ବର ୱାନ ଓଡ଼ିଶା ର ପ୍ରତୀକ ଯାହାକି ବିଧବା ବୃଦ୍ଧା ଙ୍କ ପାଇଁ ଭଲ ଘର ଖଣ୍ଡେ ନାହିଁ , ବୟସ ବିତି ଯାଇଥିଲେ ମଧ୍ୟ ୩୫୦୦ ଟଙ୍କା ର ଭତ୍ତା ନାହିଁ । ସରକାରୀ କାଗଜ ପତ୍ର ର ସଠିକ୍ ସୁଦୃଢ଼ ନାହିଁ ଏଥିରୁ ଆମେ ଭାରତ ବାସୀ ଦୁନିଆ ର ବିଶ୍ୱଗୁରୁ ବୋଧେ । ଖବର ପ୍ରକାଶ ପରେ ସରକାର ଏବଂ ପ୍ରଶାସନ କେତେ ତତ୍ପରତା ଦେଖାଇ ଏହି ବୃଦ୍ଧା ମହିଳା ଙ୍କ ସମସ୍ୟା ର ସମାଧାନ କରିବେ ଏବଂ ମୌଳିକ ଅଧିକାର ଦେବେ ତାହା ଦେଖିବାକୁ ବାକି ରହିଲା।
