*ଓ ଏ ଭି ସ୍କୁଲକୁ ଯାଉଥିବା ଭେନ ଦୁର୍ଘଟଣାଗ୍ରସ୍ତ, ୧୨ ବିଦ୍ୟାର୍ଥୀ ସାମାନ୍ୟ ଗୁରୁତର*
ଚିକିଟି,୧୮/୪ : ଆଜି ସକାଳ ୭ ଘଣ୍ଟା ସମୟ ରେ ପିତାତଳି ଆଦର୍ଶ ବିଦ୍ୟାଳୟ କୁ ନୂଆପଡା ଅଞ୍ଚଳ ର ବିଦ୍ୟାର୍ଥୀଙ୍କୁ ଏକ ଭେନ ଯୋଗେ ନେଉଥିବା ବେଳେ ଚିକିଟିଗଡ ଇଲେକ୍ଟ୍ରିକ ଅଫିସ ନିକଟରେ ଦୁର୍ଘଟଣା ଘଟି ଓଲଟି ପଡିଥିଲା l ଯାହା ଫଳ ରେ ସ୍କୁଲ ଭେନ ରେ ବସିଥିବା ବିଦ୍ୟାର୍ଥୀ ଙ୍କ ସହ ଚାଳକ ଆହତ ହୋଇଛନ୍ତି l କାହାର ଦାନ୍ତ ଭାଙ୍ଗିଛି ତ କାହାର ହାତ, ମୁଣ୍ଡରେ ଆଘାତ ହୋଇଛି l ଚାଳକ ଙ୍କ ଛାତିରେ ଆଘାତ ଯୋଗୁଁ ସେ ଗୁରୁତର ଆହତ ହୋଇଛନ୍ତି l ସମସ୍ତ ଆହତ ଙ୍କୁ ପ୍ରାତଃ ଭ୍ରମଣ ରେ ଯାଉଥିବା ଯୁବକ ମାନେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ଏଠାରେ ସୂଚନା ଏହି କି ପିତାତଳି ସ୍ଥିତ ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ରେ ପଢ଼ୁଥିବା ନୂଆପଡ଼ା ଅଞ୍ଚଳ ର ଛାତ୍ର ଛାତ୍ରୀ ଙ୍କୁ ଧରି ଏକ ସ୍କୁଲ ଗାଡ଼ି ପିତାତଳି ଆଦର୍ଶ ବିଦ୍ୟାଳୟ କୁ ଯାଉଥିଲା l ସେହି ଗାଡ଼ିଟି ଚିକିଟି ଗଡ଼ ବିଦ୍ୟୁତ ଅଫିସ ପାଖରେ ଭାରସlମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟ କୁ ମାଡ଼ କରି ରାସ୍ତା କଡ଼ କୁ ସ୍କୁଲ ଭେନ ଟି ଓଲଟି ପଡିଥିଲା l ଫଳ ରେ ଷଷ୍ଠ ଶ୍ରେଣୀ ରେ ପଢ଼ୁଥିବା ଆଦିତ୍ୟ ସାହୁ ଙ୍କ ଦାନ୍ତ ଭାଙ୍ଗିଥିବା ସହ ହାତ ରେ ଆଘାତ ଲାଗି ଯନ୍ତ୍ରଣା ଅନୁଭବ କରୁଛନ୍ତି l ସେହିପରି ଅନ୍ୟ ଛାତ୍ର /ଛାତ୍ରୀ ମଧ୍ୟ ସାମାନ୍ୟ ଗୁରୁତର ହୋଇଛନ୍ତି l ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଙ୍କୁ ଛାଡି ଦିଆଯାଇଛି l ଭେନ ଚାଳକ ଙ୍କ ଗୁରୁତର ଥିବା ରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠା ଯାଇଛି l ଗାଡି ଚାଲୁଥିବା ବେଳେ ଗାଡି ଚାଳକ ଙ୍କ ଆଖି ପଡିଯିବା ରୁ ଗାଡି ଦୁର୍ଘଟଣା ଘଟିଲା ବୋଲି ଚାଳକ କହିଛନ୍ତି l ଧାନଘର ଫାଣ୍ଡି ଅଧିକାରୀ ଗୌତମ ସାହୁ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଘଟିଥିବା ଗାଡି କୁ ଜବତ କରିବା ଦୁର୍ଘଟଣା ର କାରଣ ଓ ଅନ୍ୟାନ୍ୟ ଦିଗ କୁ ନେଇ ତଦନ୍ତ ଜାରୀ ରଖିଥିବା କହିଛନ୍ତି l ସୂଚନା ଯୋଗ୍ୟ ଏହି କି କୋଭିଡ ପୂର୍ବରୁ ଠିକ ଏମିତି ଏକ ଟାଟା ଏସି ବସ ନୂଆପଡା ଅଞ୍ଚଳ ର ପିଲାଙ୍କୁ ନେଇ ପିତାତଳି ଆଦର୍ଶ ବିଦ୍ୟାଳୟ ଯାଉଥିବା ବେଳେ ବାହାନପତି ନିକଟରେ ଦୁର୍ଘଟଣା ଗସ୍ତ ହୋଇଥିଲା l ବର୍ତମାନ ର ଦୁର୍ଘଟଣା ମିଶାଇଲେ ଏହା ୨ୟ ଦୁର୍ଘଟଣା ହୋଇଛି l
