*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଜୁଡ଼ିଶିଆଲ ଓକିଲ ସଂଘ ପକ୍ଷ ରୁ ନୂତନ ରୂପେ ଯୋଗଦାନ କରିଥିବା ଜିଲ୍ଲା ଦୌରା ଜର୍ଜ ସମର ବିକାଶ ବେହେରାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
୧୮.୦୪.
ନୂଆପଡ଼ା ଜିଲ୍ଲା ଦୌରା ଜର୍ଜ ଶ୍ରୀଯୁକ୍ତ ସମର ବିକାଶ ବେହେରାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଖଡ଼ିଆଳ କୋର୍ଟ ପରିସର ମଧ୍ୟରେ ଥିବା ବାର ହଲ୍ ଠାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ସଭାରେ ଜୁଡ଼ିଶିଆଲ ଓକିଲ ସଂଘ ସଭାପତି ଗିରିଧାରୀ ବିଭାର ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ମନୋରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଦୌରା ଜର୍ଜ ଓକିଲ ମାନଙ୍କୁ ଉଦବୋଧନ ଦେଇ ମଧ୍ୟସ୍ତା କୁ ଗୁରୁତ୍ୱ ସହ କାମ କରି ଦୁଇ ପକ୍ଷ ର ବିଜୟ ଅନନ୍ୟା ପରମ୍ପରା ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ। ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଆଇନଜୀବୀ ସାରଦା ପ୍ରସାଦ ପଣ୍ଡା ,ଶିବ ପ୍ରସାଦ ମେହେର, ଭବେଶ ପାଣିଗ୍ରାହୀ ଏବଂ ଯୁଧିଷ୍ଠିର ମେହେର ପୁଷ୍ପଗୁଚ୍ଛ ଦେଇ ଜିଲ୍ଲା ଜର୍ଜ ଙ୍କୁ ସ୍ୱାଗତ କରିଥିଲେ।ନ୍ୟାୟିକ ବ୍ୟବସ୍ଥା ରେ ଓକିଲ ଏବଂ ମାଜିଷ୍ଟ୍ରେଟଙ୍କ ସୁସମ୍ପର୍କ ସ୍ଥାପନ ହୋଇ ସାଧାରଣ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଅନନ୍ତ କୁମାର ପଣ୍ଡା, ପ୍ରତାପ କିଶୋର ଜଗତ, ରବୀନ୍ଦ୍ର କୁମ୍ଭାର, ଚିତ୍ତରଞ୍ଜନ ସିଂ ଦେଓ, ବିରଜା ସିଂ ଦଳପତି, ସୁରେଶ ଅଗ୍ରେଅଲ।
