
*ପୂର୍ବତନ ସି ଆର ପି ଙ୍କ ଦ୍ବାରା ମହିଳା ଗୋଷ୍ଠୀଙ୍କ ଟଙ୍କା ହଡ଼ପ୍, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଠୀ।*
ବସ୍ତା:- (ଭଞ୍ଜଦୂତ ଖବର) ସୂଚନା ଅନୁଯାଇ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ଥି ଗ୍ରାମରେ ଥିବା ୧୨ ଟି ମହିଳା ଗୋଷ୍ଠୀ ରେ ସି, ଆର୍ ପି ଭାବେ ଅସ୍ଥି ଗ୍ରାମରେ ପୁଷ୍ପ ଲତା ପରିଡା କାର୍ଯ୍ୟରତ ଥିଲେ। ୨୦୨୩ /୨୦୨୪ ମସିହା ରେ ଆବଶ୍ୟକ ସ୍ଥଳେ ୪ରି ଗ୍ରୁପ ସବଳା ମହାସଂଘ ରୁ ଏକ ଲକ୍ଷ ଟଙ୍କା ଲେଖାଏଁ ୠଣ ଆଣି ପ୍ରତ୍ୟେକ ମାସିକ କିସ୍ତି ଜମା କରିବା ପାଇଁ ସି,ଆର,ପି ଦିଦି ଙ୍କୁ ଦେଉଥିଲେ । କିଛି ଦିନ ପରେ ଏମ୍,ବି,କେ ଦିଦି ଟଙ୍କା କାହିଁକି ଦେଉନାହିଁ ବୋଲି ଚାରି ଗ୍ରୁପ କୁ ତାଗିଦ୍ କରିବା ପରେ ମହିଳା ମାନେ ସି,ଆର ପି ଦିଦି ଙ୍କୁ ପଚାରିବା ରୁ ମୋତେ ଦେଇଛ ବୋଲି ପ୍ରମାଣ କରିପାରିବ କହି ଗାଳିଗୁଲଜ କରିଥିଲେ । ଏନେଇ ମହିଳା ମାନେ ବିଡିଓ ଙ୍କୁ ଜଣାଇବା ପରେ କାରଣ ଦର୍ଶା ନୋଟିସ ହୋଇଥିଲା ସି ଆର୍ ପି ନାମରେ। ତେବେ ସି ଆର୍ ପି ନୋଟିସ ଗ୍ରହଣ ନ କରି ଚାକିରି ରୁ ରିଜାଇନ୍ ନେଇଛନ୍ତି ବୋଲି ସାଙ୍ଘାତିକ ଅଭିଯୋଗ କରି ଥାନା ରେ ଦ୍ୱାରସ୍ଥ ହୋଇଛନ୍ତି ମହିଳା ଗୋଷ୍ଠୀ, ବାଲିଆପାଳ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ଚାରି ମହିଳା ଗ୍ରୁପ ର ସଦସ୍ୟ ମାନଙ୍କୁ କେଶ ର ଉପଯୁକ୍ତ ତଦନ୍ତ କରି କମ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ।