ବରଗଡ଼ ମହିଳା ସମିତିର ଏସି ଚୋରି
ବରଗଡ଼ :୧୮/୦୪(ନି.ପ୍ର.) – ଚୋରଙ୍କ ଉପଦ୍ରବ ବରଗଡ଼ ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଏୟାରକଣ୍ଡିସନ୍ (ଏସି) ର ବାହ୍ୟ ୟୁନିଟ୍ ଚୋରି ହେବା ଘଟଣା ନଜରକୁ ଆସୁଛି। ନିକଟରେ ଭଟଲି ଛକ ଅଞ୍ଚଳରେ ଏଭଳି ଏକ ଚୋରି ହୋଇଥିବା ବେଳେ ଏବେ ଅଗ୍ରଣୀ ମହିଳା ସଂଗଠନ ବରଗଡ଼ ମହିଳା ସମିତି ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସମିତିର ସଭାନେତ୍ରୀ ମନ୍ଦାକିନୀ ପତି ଓ ସମ୍ପାଦିକା ରିନୁ ପତି ୧୭ ତାରିଖ ଶୁକ୍ରବାର ଦିନ ବରଗଡ଼ ଟାଉନ ଥାନାରେ ଚୋରି ସମ୍ପର୍କରେ ଏତଲା ଦେଇଛନ୍ତି। ଏସି ର ବାହ୍ୟ ୟୁନିଟ୍ ଯାହା ସମିତି କୋଠାର ଛାତ ଉପରେ ସ୍ଥାପିତ ହୋଇଥିଲା ତାହା ଚୋରି ହୋଇ ଯାଇଛି। ଏହି ଘଟଣାର ତଦନ୍ତ ପୂର୍ବକ ଚୋରି ପାଇଁ ଦାୟୀ ବ୍ୟକ୍ତି(ମାନଙ୍କୁ) ଚିହ୍ନଟ କରିବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି।
