*ଡ଼. ଶିବରାମ ନାୟକ ଙ୍କୁ କଳାହାଣ୍ଡି ପ୍ରତିଭା ସମ୍ମାନ* ଭବାନୀପାଟଣା(ରମେଶ ଅଗ୍ରୱାଲ.:ନିପ୍ର) ତା : ୧୭/୦୪/୨୦୨୬ ରିଖ ବିଭିନ୍ନ ସାମାଜିକ ଉର୍ନତିମୂଳକ ସଚେତନତା ତଥା ଶିକ୍ଷାମୂଳକ କାର୍ଯ୍ୟକ୍ରମ ରେ ଅହରହ ସକ୍ରିୟ ଭୂମିକା ତଥା ଦେଶର ଅନୁନ୍ନତ ଅଂଚଳ ରେ ଉନ୍ନତମାନର ଶିକ୍ଷାବ୍ୟବସ୍ଥା ସୃଷ୍ଟି କରିବାରେ ଶେଷ୍ଠ ଅବଦାନ ପାଇଁ ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଙ୍କୁ କଳାହାଣ୍ଡି ପ୍ରତିଭା ସମ୍ମାନ- ୨୦୨୬ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଉତ୍କଳ ବିକାଶ ପରିଷଦ ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସମ୍ମାନ ରେ ସମ୍ମାନିତ କରାଯାଇଛି |ଉତ୍କଳ ବିକାଶ ପରିଷଦର ମହାସଚିବ ଅନିଲ କୁମାର ଦଳାଇ ସଭାପରିଚାଳନା କରିଥିବା ବେଳେ ପରିଷଦ ର ଅଧ୍ୟକ୍ଷ ନଟବର ଖୁଣ୍ଟିଆ ଅଧ୍ୟକ୍ଷତା କରିଥିଲେ ଓ ଋଷି ଗୁମାନସିଂହ ଧନ୍ୟବାଦ ଦେଇଥିଲେ, ଏହି ସମ୍ମାନ ସମଗ୍ର କଳାହାଣ୍ଡିବାସିଙ୍କୁ ସମର୍ପିତ ବୋଲି ଡ଼. ନାୟକ ତାଙ୍କ ପ୍ରତିକ୍ରିୟା ରଖିଥିଲେ |
