ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳନ
ରିପୋର୍ଟ ଗୋକୁଳାନନ୍ଦ ବେହେରା ଭଞ୍ଜଦୂତ ଖବର
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁମୁସି ପଞ୍ଚାୟତ ମାଧିଆ ରଗଡ଼ି ଛକ ନିକଟରେ ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ରହିଥିବା ଅଲେଖମ ମହିମା ଆଶ୍ରମ ପରିସରରେ ଆଞ୍ଚଳିକ ଆମ୍ବେଦକର ସେବା ସଂଗଠନ ଆନୁକୁଲ୍ୟରେ ୧୩୫ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ।ଆଶ୍ରମ ପରିସରରେ ବାବା ସାହେବଙ୍କ ପ୍ରତ୍ତି ମୂର୍ତ୍ତି ସ୍ଥାପନ କରାଯାଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆମ୍ବେଦକରଙ୍କ ସ୍ବପ୍ନ ଓ ଆମ ସମ୍ବିଧାନ ଉପରେ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଗୁଣଗାନ କରି ବକ୍ତବ୍ୟ ରଖିଥିଲେ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମାଜରେ ସମସ୍ତଙ୍କର ସମାନ ନ୍ୟାୟ ପାଇବା ପାଇଁ ଆମ୍ବେଦକର ଯେଉଁ ଆଇନ ପ୍ରଣୟନ କରିଯାଇଛନ୍ତି ତାହା ଆଜି ପର୍ଯ୍ୟନ୍ତ ଲିପିବଦ୍ଧ ହୋଇରହିଛି ବୋଲି ବକ୍ତା ମାନେ ବକ୍ତବ୍ୟ ରଖିଥିଲେ । ସଂଗଠନର ଉଦ୍ୟୋକ୍ତା ତଥା ସଭାପତି ଗଦାଧର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଜୟନ୍ତୀ ସମାରୋହରେ ସଂଗଠନର ସମ୍ପାଦକ କ୍ଷେତ୍ରବାସୀ ନାଏକ, ସତ୍ୟାନନ୍ଦ ପ୍ରଧାନ , ପଞ୍ଚାୟତ ସରପଞ୍ଚ ବଳରାମ ନାଏକ , କାମାକ୍ଷାନଗର ଅଞ୍ଚଳର ହାଡିବନ୍ଧୁ ରାଉତ ,ବିପିନ ବିହାରୀ ନାଏକ , ସିଦ୍ଧାନ୍ତ ପ୍ରଧାନ , ଆଶ୍ରମର ସମୀର ବାବା ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପରେ ଆଖପାଖ ଗାଁକୁ ଶୋଭାଯାତ୍ରାରେ ଯାଇ ଡାକବାଜି ଯନ୍ତ୍ର ଦ୍ଵାରା ଜୟଭୀମ ଶ୍ଳୋଗାନରେ ଗଗନପବନ ପ୍ରକମ୍ପିତ ହୋଇ ପଡ଼ିଥିଲା ।
