
*କଳାହାଣ୍ଡି ଜିଲ୍ଲାର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ*
ଅଞ୍ଚଳର ବିଭିନ୍ନ ସମସ୍ୟା ଗୁଡ଼ିକର ଆଶୁ ସମାଧାନ ନିମନ୍ତେ ବାରମ୍ୱାର ଜିଲ୍ଲାପାଲ ଙ୍କ ଜିଲ୍ଲା ଅଭିଯୋଗ ଓ ପଞ୍ଚାୟତ ସମିତି ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ମୂଖ୍ୟଙ୍କୁ ଅବଗତ କରୁଥିବା ସତ୍ତ୍ୱେ ମଧ୍ୟ ଅଣଦେଖା କରୁଥିବାରୁ ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ କଳାହାଣ୍ଡି ସଭାପତି ଶ୍ରୀଯୁକ୍ତ ପ୍ରଧାନି ବାଗଙ୍କ ନେତୃତ୍ଵରେ ସରକାର କିପରି ସମସ୍ୟା ଗୁଡ଼ିକୁ ଶୀଘ୍ର ସମାଧାନ କରିବା ପାଇଁ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ଦିଶାନ୍ତ ବେଶ୍ରା ସହ ସମସ୍ତ କାର୍ଯ୍ୟକର୍ତ୍ତା ଅଣ୍ଟା ଭିଡ଼ିଛନ୍ତି। ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ କଳାହାଣ୍ଡି ତରଫରୁ ପତ୍ର ସଂଖ୍ୟା ୧୨୧, ୧୨୨, ୧୨୩, ୧୨୪, ୧୨୫, ୧୨୬, ୧୨୮, ୧୨୯, ୧୩୦, ୧୩୧, ୧୩୨, ୧୩୩, ୧୩୫, ୧୩୭, ୧୩୯, ୧୪୦ ଓ ୧୪୧ରେ ସମସ୍ୟା ଗୁଡ଼ିକ ଉଲ୍ଲେଖ କରି ଦକ୍ଷିଣାଞ୍ଚଲ ରାଜସ୍ୱ କମିଶନର ବ୍ରହ୍ମପୁରଙ୍କୁ ଦାବିପତ୍ର ପ୍ରଦାନ କରିଥିବାରୁ ପତ୍ର ସଂଖ୍ୟା ୨୮୦, ୨୮୨, ୨୮୪, ୨୮୮, ୨୯୦, ୨୯୨, ୨୯୪, ୨୯୬, ୨୯୮, ୩୦୦, ୩୦୨, ୩୦୪, ୩୦୬, ୩୦୮, ୩୧୦, ୩୧୨, ୩୧୪, ୩୧୬, ୩୧୮, ୩୨୦, ୩୨୨ ଓ ୩୨୪ ମାଧ୍ୟମରେ ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଦକ୍ଷିଣାଞ୍ଚଲ ରାଜସ୍ୱ କମିଶନର ବ୍ରହ୍ମପୁର ରାଜ୍ୟ ଗୃହ ବିଭାଗକୁ ସୁପାରିସ କରିଛନ୍ତି। ମୂଖ୍ୟତଃ ଜୟପାଟଣା ତହସିଲ ଅଧିନରେ ଥିବା ମଙ୍ଗଳପୁର ଠାରୁ କୋକସରା ତହସିଲ ନେଗି ଗୁଡ଼ା ପର୍ଯ୍ୟନ୍ତ ବ୍ୟାପିଥିବା ମେଘା ଲିଫ୍ଟ କେନାଲ ମାଧ୍ୟମରେ ସଠିକ ଭାବରେ ଆଉଟଲେ ପଏଣ୍ଟ ବ୍ୟବସ୍ଥା, କୋକସରା ତହସିଲ ଅଧିନରେ ଥିବା ମଡୋସିଲ, ରଜାମୁଢ଼ା, ଜତାଖୋଲ, ଖଲିଗଡ଼ ବେହେରା ଓ ଅଠରନଳା ଡେମ ଗୁଡ଼ିକୁ ସଠିକ ଭାବରେ ପୁନଃର ଉଦ୍ଧାର କରି ମଧ୍ୟମ କେନାଲର ବ୍ୟବସ୍ଥା, କୋକସରା ତହସିଲ ଅଧିନରେ ଥିବା ବଡ଼ ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ତେଲି ଗୁଡ଼ା ଠାରେ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ, ଜୟପାଟଣା ତହସିଲ ଅଧିନରେ ଥିବା ତାଲଗୁଡ଼ ଓ ନାଗୋ ପଡ଼ାରେ ଇନ୍ଦିରାବତି କେନାଲ ମାଧ୍ୟମରେ ଲିଫ୍ଟ କେନାଲ ବ୍ୟବସ୍ଥା, ଲଡୁଗାଁ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟକୁ ବିଭାଗୀୟ ମୂଖ୍ୟ ଙ୍କୁ ଶୀଘ୍ର ହସ୍ତାନ୍ତର କରିବା, କଳାହାଣ୍ଡି ଜିଲ୍ଲା ଠାରେ ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ଵ ବିଦ୍ୟାଳୟ ଓ ଇଂରାଜୀ ବିଦେଶୀ ଭାଷା ବିଶ୍ଵ ବିଦ୍ୟାଳୟ ସ୍ଥାପନ କରିବା, ପ୍ରତ୍ୟେକ ନୂତନ ଯୁକ୍ତ ୨ୟ ମହାବିଦ୍ୟାଳୟ ଗୁଡ଼ିକରେ ବିଜ୍ଞାନ କଳା, ବାଣିଜ୍ୟ ଓ ଏନ୍ ସି ସି ବ୍ୟବସ୍ଥା, କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ଗ୍ରାମ ଗୁଡ଼ିକୁ ସଠିକ ଭାବରେ ତର୍ଜମା କରି ଗ୍ରାମୀଣ ରାସ୍ତା, ପାନୀୟ ଜଳ, ଅଙ୍ଗନୱାଡ଼ି କେନ୍ଦ୍ର, ସ୍ଵାସ୍ଥ୍ୟ କେନ୍ଦ୍ର ଓ ବିଦ୍ୟାଳୟ ବ୍ୟବସ୍ଥା, ଜିଲ୍ଲାର ପ୍ରତ୍ୟେକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆବାସିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଗୁଡ଼ିକୁ ଜିଲ୍ଲାପାଲ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସଠିକ ଭାବରେ ତର୍ଜମା କରି ବିଦ୍ୟାଳୟ ଗୁଡ଼ିକ ଉନ୍ନତି କରଣ ସହ ଛାତ୍ର ଛାତ୍ରୀ ମାନଙ୍କ
ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରତି ମାସରେ ନିରୀକ୍ଷଣ କରିବା ବାଧ୍ୟତାମୂଳକ, ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ବ୍ୟବସ୍ଥା, କୋକସରା ତହସିଲ ଅଧିନରେ ଥିବା କାଶୀବାହାଲ ଗ୍ରାମର ମାଁ ଡୋକ୍ରି ପାହାଡକୁ ସୁରକ୍ଷିତ ରଖିବା, ନଦି ଗୁଡ଼ିକ ଅତିବାହିତ ହୋଇଥିବା
ଗ୍ରାମ ଗୁଡ଼ିକରେ ଚେକ ଡେମ ବ୍ୟବସ୍ଥା, ପ୍ରତ୍ୟେକ ତହସିଲରେ ଶୀତଳ ଭଣ୍ଡାର ବ୍ୟବସ୍ଥା ସହ ସରକାରଙ୍କ ତରଫରୁ ଯେଉଁ ଉନ୍ନୟନ ଯୋଜନା ଗୁଡ଼ିକ କାର୍ଯ୍ୟକାରି ହେଉଛି ତାହା ରାଜ୍ୟ ଭିଜିଲାନ୍ସ ଓ ଜିଲ୍ଲା ସ୍ଵତନ୍ତ୍ର ଟିମ ଜରିଆରେ ସଠିକ ଭାବରେ ତର୍ଜମା କରିବା ପାଇଁ ଦକ୍ଷିଣାଞ୍ଚଲ ରାଜସ୍ୱ କମିଶନର ବ୍ରହ୍ମପୁର ଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଥିବାରୁ ଦକ୍ଷିଣାଞ୍ଚଲ ରାଜସ୍ୱ କମିଶନର ବ୍ରହ୍ମପୁର ଏହାର ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ଗୃହ ବିଭାଗ ସଚିବ ଓ ମୂଖ୍ୟ ମନ୍ତ୍ରୀଙ୍କ ସଚିବ ଙ୍କୁ ସୁପାରିସ କରିଛନ୍ତି। ଦକ୍ଷିଣାଞ୍ଚଲ ରାଜସ୍ୱ କମିଶନର ବ୍ରହ୍ମପୁର ଜିଲ୍ଲାପାଲ କଳାହାଣ୍ଡିଙ୍କୁ ନିର୍ଦ୍ଧେଶ ଦେଇଥିବାରୁ ବର୍ତ୍ତମାନ ଲଡୁଗାଁ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟକୁ ବିଭାଗୀୟ ମୂଖ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ସମସ୍ୟା ଗୁଡ଼ିକର ସମାଧାନ ସହ ଉପଯୁକ୍ତ ବ୍ୟବସ୍ଥା କରାଗଲେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ନିର୍ମାଣ ହେବା ସହ କୋକସରା ଓ ଧର୍ମଗଡ଼ ତହସିଲ ଅଧିନର ଅଣ ଜଳସେଚିତ ଅଞ୍ଚଳର ହଜାର ହଜାର ଚାଷି ସଶସ୍ତ୍ରିକରଣ ହୋଇପାରିବ ଏବଂ ଉପଯୁକ୍ତ ବ୍ୟବସ୍ଥା ଗୁଡ଼ିକ କରାଯାଏ ତାହାହେଲେ ହିଁ କଳାହାଣ୍ଡି ସମସ୍ତ କ୍ଷେତ୍ରରେ ଦୃତ ଗତିରେ ଉନ୍ନତି ଆଣିପାରିବ ବୋଲି ସଂଗଠନର ସଭାପତି ଶ୍ରୀଯୁକ୍ତ ପ୍ରଧାନି ବାଗ, ସମ୍ପାଦକ ଶ୍ରୀଯୁକ୍ତ ଦିଶାନ୍ତ ବେଶ୍ରା, ସହ ସମ୍ପାଦକ ଶ୍ରୀଯୁକ୍ତ ହରିହର ରାଉତ, ଶ୍ରୀଯୁକ୍ତ ବିଜୟ ଛତ୍ରିଆ, ଶ୍ରୀଯୁକ୍ତ ଯୋଗେନ୍ଦ୍ର ମହାନନ୍ଦ ଉପଦେଷ୍ଟା ଶ୍ରୀଯୁକ୍ତ ଗଜିନ୍ଦ୍ର ପ୍ରସାଦ ନାଗ ଓ କିଶୋର ଚନ୍ଦ୍ର ନାଏକ ପ୍ରମୁଖ ମତ ପ୍ରକାଶ କରିଛନ୍ତି।(କଳାହାଣ୍ଡି ଜିଲ୍କା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀ ଦୁତ ଖବର)