*ନୂଆପଡ଼ା ଜିଲ୍ଲା ଖଡିଆଳ ତୁକଲା କଲେଜ୍ ପଡିଆ ଠାରେ ଋଷିପିଠ ଯୋଗୀମଠ ଲୋକ ମହୋତ୍ସବ ଉଦଯାପିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୦୪.
ନୂଆପଡ଼ା ଜିଲ୍ଲା ଖଡିଆଳ ତୁକଲା କଲେଜ୍ ପଡିଆ ଠାରେ ଋଷିପିଠ ଯୋଗୀମଠ ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଅଛି। ଉଦଯାପନୀ ସନ୍ଧ୍ୟା ରେ ପାଳନ କମିଟି ସଭାପତି ରାଜୁ ଖେମକା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ କଲାହାଣ୍ଡି ପୂର୍ବତ୍ତନ ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ପ୍ରାଚୀନ ଐତିହ, ସ୍ଥାପତ୍ୟ ଓ ଉନ୍ନତ ସଭ୍ୟତା ରେ ନୂଆପଡ଼ା ଜିଲ୍ଲା ସ୍ବତନ୍ତ୍ର ସ୍ଥାନ ରହିଅଛି ବୋଲି କହିଥିଲେ। ଏହି ଅଞ୍ଚଳରେ ମନୁଷ୍ୟ ପାଦ ଚିହ୍ନ ବହୁ ଆବାହମାନ କାଳରୁ ଥିବା ପ୍ରାଚୀନ ଶିଳାଲିପି ରୁ ଜଣାପଡେ। ଚାରିଦିନ ବ୍ୟାପୀ ଅନୁଷ୍ଠିତ ମହୋତ୍ସବ ରେ ବିଶିଷ୍ଟ ଅତିଥି ରୂପେ ପୂର୍ବତ୍ତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ମୁଖ୍ୟ ତିଥି ରୂପେ କବି ଡ଼. ବାସୁଦେବ ସୁନାନୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଖରୀଆର ରୋଡ ଏନ ଏ ସି ଅଧ୍ୟକ୍ଷା ଡ଼. ସୋନିଆ ଜୈନ୍, ବିଜେପି ସଭାପତି କମଲେଶ ଦୀକ୍ଷିତ, ତୁକଲା ସରପଞ୍ଚ ନୀଳାନ୍ଦ୍ରି ମେହେର, କଲେଜ୍ ଅଧ୍ୟକ୍ଷା ବିଘ୍ନରାଜ ଦାଶ ଯୋଗ ଦେଇଥିଲେ। ସର୍ବେଶ୍ୱର ଭୋଇ ଓ ସାଥୀଙ୍କ ସମ୍ବଲପୁରୀ ଅର୍କେଷ୍ଟ୍ରାରେ ଦର୍ଶକ ଝୁମିଲେ।
