*ନୂଆପଡାରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ ସମାପନୀ ଅବସରରେ ଆମ୍ବେଦକର ଜୟନ୍ତୀ ପାଳିତ।*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୪/୦୪:
ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ସମାପନୀ ଉପଲକ୍ଷେ ନୂଆପଡ଼ା ଜିଲ୍ଲା ପରିଷଦ ପକ୍ଷରୁ ଡ଼. ବି.ଆର୍. ଆମ୍ବେଦକରଙ୍କ ଜୟନ୍ତୀ ଆଜି ମହୁଆଭାଟା ସ୍ଥିତ ମଲ୍ଟି ପର୍ପୋଜ୍ ହଲ୍ରେ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ନୂଆପଡ଼ାର ମାନ୍ୟବର ବିଧାୟକ ଜୟ ଧୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସିଡିଏମଓ ଡ଼ା. ଧନେଶ୍ୱର ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷା ଡ଼ା. ସୋନିଆ ଜୈନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ସହିତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।ସମସ୍ତ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟଗତି, ଲକ୍ଷ୍ୟ ଓ ଆଗାମୀ କାର୍ଯ୍ୟପଦକ୍ଷେପ ସମ୍ପର୍କରେ ସଂକ୍ଷିପ୍ତ ଭାବେ ଅବହିତ କରାଇଥିଲେ। ଏହା ସହିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ADP)ର ୫ଟି ଓ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ (ABP)ର ୬ଟି ସୂଚକ ଉପରେ ସମୀକ୍ଷା କରାଯାଇଥିଲା।
ଉଲ୍ଲେଖ୍ୟଯୋଗ୍ୟ ଯେ, ସମ୍ପୂର୍ଣ୍ଣତା ଅଭିଯାନ ୨.୦ ଗତ ୨୮ ଜାନୁଆରୀ ୨୦୨୬ରୁ ଆରମ୍ଭ ହୋଇ ଆଜି ୧୪ ଏପ୍ରିଲରେ ସମାପ୍ତ ହୋଇଛି। ଏହି ଅଭିଯାନ ମାଧ୍ୟମରେ ତଳସ୍ତରରେ ସମାବେଶୀ ଉନ୍ନତି ଓ ସରକାରୀ ସେବାର ପହଞ୍ଚ ବଢ଼ାଇବା ପାଇଁ ସମୁହିକ ପ୍ରୟାସ କରାଯାଇଥିଲା।
