
ଭୁରୁଶାଣି ସରକାରୀ ଉଚ୍ଚବିଦ୍ୟାଳୟ ରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳ
===================ସାରସକଣା….ଏହି
ବ୍ଲକ ଅନ୍ତର୍ଗତ ଭୁରସାଣୀ ପଞ୍ଚାୟତ ର ଭୁରସାଣୀ ସରକାରୀ ଉଚ୍ଚବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା।ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ପୁଷ୍ପାଞ୍ଜଳି ତ୍ରିପାଠୀଙ୍କ କାର୍ଯ୍ୟକାଳ ତା/30/04/25 ତାରିଖରେ ଶେଷ ହେଉ ଥିବାରୁ ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଗଲା।ଏହି କାର୍ଯ୍ୟକ୍ରମରେ ଚେୟାରମ୍ୟାନ ଶ୍ରୀଯୁକ୍ତ ଗୌର କୃଷ୍ଣ ବେରା,ସିଆରସିସି ଶ୍ରୀଯୁକ୍ତ ଦୀନବନ୍ଧୁ ମୁର୍ମୁ ତଥା ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ସହକାରୀ ବୃନ୍ଦ,ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶୁଭେଚ୍ଛା ଜ୍ଞାପନ କରିଥିଲେ। ଶ୍ରୀମତୀ ପୁଷ୍ପାଞ୍ଜଳି ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେବାରୁ ତାଙ୍କ ସ୍ଥାନରେ ପ୍ରଧାନଶିକ୍ଷୟିତ୍ରୀ ଶୀମତୀ ରଜବତୀ ହାଁସଦା ନୂତନ ଭାବରେ ଯୋଗ ଦେଇଛନ୍ତି।
ଅନୀଲ କୁମାର ସାହୁ, ସାରସକଣା, ଜାମଶଳା ରୁ ଭଞ୍ଜଦୂତ ନିଉଜ୍। ।