ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ଘଟଣାରେ ଜଣେ ଗିରଫ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନି ପ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣାରେ ଜଣେ ଗିରଫ। ସୂଚନାଯୋଗ୍ୟ ସୋର ଥାନା ଅଙ୍କ ବରହମପୁର ଗ୍ରାମର ରାହୁଲ କୁମାର ଜେନା (୨୪) ଗତକାଲି ମଧ୍ୟାହ୍ନ ସରସଙ୍ଖ ଛକରେ ଏକ ଗାଡି କାମ କରିବାକୁ କୁ ଆସିଥିଲେ । ଏହି ସମୟରେ ସରଶଙ୍ଖ ଗ୍ରାମର ଚିତ୍ତରଞ୍ଜନ ବେହେରାଙ୍କ ସହିତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କର ଗଣ୍ଡଗୋଳ ହୋଇଥିଲା । ଏଥିରେ ଚିତ୍ତରଞ୍ଜନ ଆହତ ହୋଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାହୁଲଙ୍କୁ ଆଣି ଥାନାରେ ଅଟକ ରଖିଥିଲା। ଏ ବାବଦରେ ଚିତ୍ତରଞ୍ଜନ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩୩୨/୨୬ ରେ ଏକ ମାମଲା ରୁଜୁ କରି ରାହୁଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ରାହୁଲ ଙ୍କ ବାଇକ୍ ମଧ୍ୟ ଜବତ କରିଛି।
