କଳାଗ୍ରାମରେ କଳାକାର ସହ ଦିନ ଟିଏ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା: ତା 10.4.2026 କଳାହାଣ୍ଡି ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଥିଲା ଲୋକକଳା ପାଇଁ ଦିନଟିଏ । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର କଳାଗ୍ରାମ ଛୋରିଆଗଡ ଠାରେ କଳାକାରମାନଙ୍କ ପାଇଁ ଏକ ବିଶେଷ ଓ ସ୍ମରଣୀୟ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ପରିଷଦ କଲାହାଣ୍ଡି ଦ୍ଵାରା ଆୟୋଜିତ ହୋଇଥିଲା। ଏହି ସାଂସ୍କୃତିକ ସଭାରେ ଜୁନାଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ କର ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ରୁପେ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି, ସମ୍ମାନିତ ଅତିଥି ରୂପେ ଜିଲ୍ଳା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ,ଡେପୁଟୀ କଲେକ୍ଟର ଧର୍ମଗଡ ଅମିତ ବେହେରା, ଏ ବି ଡି ଓ ଜୁନାଗଡ, ତୁଷାରକାନ୍ତ ସାହୁ ବି ସ୍ ସ ଓ , ବବିତା ଗୁରୁ ସରପଞ୍ଚ ଛୋରିଆଗଡ, ଜିଲ୍ଲା ସଂସ୍କୃତି ସଂଘର ଉପ ସଭାପତି କରୁଣାକର ଦାସ ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ ରେ ଲୋକକଳା କୁ ବଞ୍ଚେଇ ରଖିଥିବା ଜିଲ୍ଲାର ୧୮ ଜଣ କଳାକାରଙ୍କୁ ସମ୍ମାନିତ କରଯାଇଥିଲା। ସ୍ଥାନୀୟ
ମାଁ ଲଙ୍କେଶ୍ୱରୀଙ୍କ ପୀଠରେ ପୂଜର୍ଚ୍ଚନା ପରେ ଏକ ବିରାଟ ଓ ଭବ୍ୟ ସଂସ୍କୃତିକ ଶୋଭା ଯାତ୍ରା ବାହାରିଥିଲା। ମଞ୍ଚରେ ଘୁମୁରା, ସଙ୍କୀର୍ତ୍ତନ, ମାଦଲି , ବନlବାଡି ଆଦିର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହା ସହ ଯୁବ କଳାକାରମାନେ ମଧ୍ୟ ନିଜ ପ୍ରତିଭା ଦେଖାଇ ଦର୍ଶକମାନଙ୍କ ହୃଦୟ ଜିତିନେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା କଳାକାରମାନଙ୍କୁ ଉତ୍ସାହିତ କରିବା ସହ ତାଙ୍କର ପ୍ରତିଭାକୁ ସମ୍ମାନ ଦେବା। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ କଳାଗ୍ରାମରେ ସାଂସ୍କୃତିକ ପରମ୍ପରାର ସୁରକ୍ଷା ସହ ନୂତନ ପିଢ଼ୀକୁ କଳା ପ୍ରତି ଆକର୍ଷିତ କରିବାରେ ସହାୟକ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।
କଳାହାଣ୍ଡି ସଂସ୍କୃତି ପରିଷଦର ସଂଯୋଜକ ତଥା ଛୋରିଆଗଡର ଅଶୋକ ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହିତ ସଭା ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୩ଟି ବ୍ଲକର ବ୍ଲକ୍ ସଂସ୍କୃତି ସଂଘର ସଭାପତି ସମେତ କଳାକାର ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକମାନେ ଏହି ଆୟୋଜନକୁ ବ୍ୟାପକ ଭାବେ ସ୍ୱାଗତ ଓ ସହଯୋଗ କରିଥିଲେ।
