*ସିନାପାଲି ବରଗାଁ ପରିସର ମଧ୍ୟରେ ରାଜସ୍ବ ପ୍ରଶାସନ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୯.୦୪.
ନୂଆପଡ଼ା ଜିଲ୍ଲା ସିନାପାଲି ତହସିଲ ଅନ୍ତର୍ଗତ ବରଗାଁ ଗ୍ରାମରେ ରାଜସ୍ବ ପ୍ରଶାସନ କାର୍ଯକର୍ମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ପ୍ରାୟ ୩ ସହ ରୁ ଉର୍ଦ୍ଧ ଲୋକ ଉପସ୍ଥିତ ରହି ରାଜସ୍ବ ବିଭାଗ ଦ୍ଵାରା ହେଉଥିବା ଜନକଲ୍ୟାଣ ଯୋଜନାର ସୁଫଳ ନେବାସହ ଦ୍ବାରା ମୁହଁରେ ଜମି ପଟ୍ଟା ପ୍ରଦାନ,ପ୍ରମାଣ ପତ୍ର, ବିଭିନ୍ନ କାର୍ଯକ୍ରମ ଉପରେ ଲୋକ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ସିନାପାଲି ତହସିଲଦାର ଉପାଞ୍ଜଳି ମାଝୀ ରାଜସ୍ବ ପ୍ରଶାସନ ଲୋକମାନଙ୍କ ପାଇଁ, ସହିତ ଏବଂ ପାଖରେ ପହଞ୍ଚି ସମସ୍ୟା ତାର ସମାଧାନ ପାଇଁ ପହଞ୍ଚି ଅଛି। ଗାଁ ରେ ରାଜସ୍ବ ପ୍ରଶାସନ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଶ୍ରୀ ମନୋରଞ୍ଜନ କେରକେଟା, ରାଜସ୍ବ ନୀରିକ୍ଷକ ଶ୍ରୀ ସୂର୍ଯ୍ୟକାନ୍ତ ନିଆଲ, ରାଜସ୍ବ ନୀରିକ୍ଷକ ନିରୁପମା ଚାଲାନ, ଅତିରିକ୍ତ ରାଜସ୍ବ ନୀରିକ୍ଷକ ଶ୍ରୀ ଶେଖର ସୁମନ ଜଗତ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ବୁଝି ତାହାର ସମାଧାନ କରିଥିଲେ।
