*ଓଡ଼ିଶା ସରକାର ନିର୍ଦ୍ଧେଶ କ୍ରମେ, ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷ ରୁ ଜିଲ୍ଲା ର ସମସ୍ତ କାର୍ଯ୍ୟାଳୟ ସକାଳୁଆ କରିବାକୁ ନିର୍ଦ୍ଧେଶ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୯.୦୪.
ଓଡ଼ିଶା ସରକାର ନିର୍ଦ୍ଧେଶ କ୍ରମେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରଖି,ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷ ରୁ ଜିଲ୍ଲା ର ସମସ୍ତ କାର୍ଯ୍ୟାଳୟ ସକାଳୁଆ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି। ଆସନ୍ତା କାଲି ଠାରୁ ସକାଳୁଆ କାର୍ଯ୍ୟାଳୟ ଖୋଲା ହେବ। ତେଣୁ ହିତାଧିକାରୀ,ଜନସାଧାରଣ, ନାଗରିକ ଙ୍କୁ ବିଶେଷ ସୂଚନା କରାଯାଉଅଛି। ଯେ ନିଜ କାର୍ଯ୍ୟ ନେଇ କାର୍ଯ୍ୟାଳୟକୁ ସକାଳୁଆ ପହଞ୍ଚି ତୁରନ୍ତ କାମ ସାରି ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଅନୁରୋଧ। ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରି ପ୍ରଚୁର ପରିମାଣ ରେ ପାନୀୟ ଜଳ ପାନ କରିବା, ମୁଣ୍ଡରେ କନା, ଗାମୁଛା, c
ଚଷମା ବିଭାର କରିବେ। କାର୍ଯ୍ୟାଳୟ ସକାଳ ୭ ଘଣ୍ଟା ରୁ ୧ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟାନ୍ନ ଭୋଜନ ପୂର୍ବରୁ ଚୁଟି ହେବ। ୧୦ ଏପ୍ରିଲ୍ ଠାରୁ ଜୁନ ୧୫ ପର୍ଯ୍ୟନ୍ତ କାର୍ଯ୍ୟାଳୟ ସକାଳୁଆ ହେବା ପାଇଁ ଆଦେଶ ଜାରି ହୋଇଅଛି।
