
ଝାମି ଗ୍ରାମ ରେ ହେଉଥିବା ମନ୍ଦିର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ
ଗଜପତି ( ଟିକି ଲିମା ) ଗଜପତିଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ଗ୍ରାମ ଠାରେ ବହୁ ପ୍ରତିକ୍ଷୀତ ମା ଠାକୁରାଣୀ ମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା କରିଥିଲେ ଗ୍ରାମ ବାସି, ଆର୍ଥିକ ଅସୁବିଧା ପାଇଁ ମନ୍ଦିର ନିର୍ମାଣ ହୋଇପାରିନଥିଲା , କିଛିଦିନ ତଳେ ଗ୍ରାମ ବାସି ଏକତ୍ର ହୋଇ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କୁ ଜଣାଇଥିଲେ , ବିଧାୟକ କିଛିଦିନ ମଧ୍ୟରେ ମାଁ ଠାକୁରାଣୀ ଙ୍କ ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠି ରୁ 5 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ , ବର୍ତ୍ତମାନ ମନ୍ଦିର ନିର୍ମାଣ କାର୍ଯ୍ୟ ଦୃତଗତି ରେ ଚାଲିଥିବା ବେଳେ, ଆଜି ବିଧାୟକ ମନ୍ଦିର ନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ସମୀକ୍ଷା କରିଥିଲେ , ଆଜି ବିଧାୟକ ଗ୍ରାମ ରେ ପହଞ୍ଚିବା ପରେ ଗ୍ରାମ ବାସି ବହୁ ଆନନ୍ଦ ରେ ଭବ୍ୟ ସ୍ଵାଗତ ଜଣାଇଥିଲେ ଓ ଗ୍ରାମ ର ଥିବା ସମସ୍ତ ସମସ୍ୟା ବିଷୟ ରେ ଅବଗତ କରିଥିଲେ
