ବିଦ୍ୟୁତ କମ୍ପାନୀର ମନମୁଖୁ କାର୍ଯ୍ୟରେ ପାନୀୟ ଜଳରୁ ବଞ୍ଚିତ ବସ୍ତିବାସିନ୍ଦା
କାମାକ୍ଷାନଗର, କାମାକ୍ଷାନଗର ସହରର ଅନନ୍ତପୁର ବସ୍ତିର ମାଉସୀମା ଛକରୁ ରାମ ମନ୍ଦିର ପର୍ଯ୍ୟନ୍ତ ବସ୍ତିର ଲୋକମାନେ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି l ମାଉସୀମା ଛକରୁ ରାମ ମନ୍ଦିର ମଧ୍ୟରେ ଟାଟା ପାୱାର କମ୍ପାନୀ ପକ୍ଷରୁ ଏକ ବିଦ୍ୟୁତ ଖୁଣ୍ଟ ପକାଯାଇଛି l ଏହି ବିଦ୍ୟୁତ ଖୁଣ୍ଟ ପଟିଲା ବେଳେ ଜନସ୍ୱାସ୍ଥ୍ୟ ବିଭାଗର କୌଣସି ଅନୁମତି ନେଇ ନାହାନ୍ତି l ଫଳରେ ପୋତାଯାଇଥିବା ଖୁଣ୍ଟ ତଳେ ଯାଇଥିବା ପାଇପ ଫାଟି ଯାଇଥିବାରୁ ବୁଧବାର ଠାରୁ ବସ୍ତିର ବାସିନ୍ଦାମାନେ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି l ବିଭାଗୀୟ ସାମନ୍ୱୟ ଅଭାବରୁ ବସ୍ତିର ବାସିନ୍ଦାମାନେ ଗ୍ରୀଷ୍ମ ସମୟରେ ପାନୀୟ ଜଳରୁ ବଞ୍ଚିତ ରହିଥିବାରୁ ବିଦ୍ୟୁତ କମ୍ପାନୀର ମନମାନୀ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l
