(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର) ମାନନୀୟ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ‘ମହୁରି’ ପତ୍ରିକା ପ୍ରଦାନ କରିବା ଅବସରରେ।
ମାନନୀୟ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ସିଂଦେଓ ପାଟଣା ଗଡ଼ଜାତ ରାଜ ପରିବାରର ଦାୟାଦ ହୋଇଥିବାସ୍ଥଳେ ସାମଗ୍ରୀକ ଓଡ଼ିଶା ବିନିର୍ମାଣର ତ୍ୟାଗପୁତ ବିନ୍ଧାଣି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସୁଯୋଗ୍ୟ ଦାୟାଦ ଅଟନ୍ତି।
ଶ୍ରୀଯୁକ୍ତ ସିଂଦେଓ, ୨୦୨୪ ମସିହାରୁ ଓଡ଼ିଶାର ପଞ୍ଚମ ଉପ-ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ରାଜ୍ୟର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ଦାୟିତ୍ୱ ତୁଲାଉଛନ୍ତି। ଗ୍ରାମୀଣ ଜୀବନଜୀବିକାକୁ ସୁଦୃଢ଼ କରିବା, କୃଷିକୁ ପ୍ରୋତ୍ସାହିତ କରିବା, ଜଳସେଚନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା, ଶକ୍ତି ଭିତ୍ତିଭୂମିର ଉନ୍ନତି କରିବା ଏବଂ ଶାସନରେ ରୂପାନ୍ତର ଆଣିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱ ଦେଉଛନ୍ତି।
