ଦୁଃଖଦାୟକ ଖବର ହୃଦଘାତରେ ମନୋଜ କୁମାର ମିଶ୍ରଙ୍କ (ହିମା ନନା ) ପରଲୋକ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ବାଇଶିଆ ଗ୍ରାମର ସମସ୍ତଙ୍କର ଅତି ପ୍ରିୟ ସୁଖ ଦୁଃଖର ସାଥି ମନୋଜ କୁମାର ମିଶ୍ର (ହିମା ନନା )ଆମ୍ଭ ମାନଙ୍କୁ ଶୋକ ସାଗରରେ ଭସାଇଦେଇ ଇହଧାମ ତ୍ୟାଗକଲେ l ତାଙ୍କର ବୟସ ମାତ୍ର 47ବର୍ଷ, ସେଜଣେ ଅତନ୍ତ ପରୋପକାରୀ ମିଷ୍ଟଭାସି, ମେଳାପୀ ଥିଲେ l ଗ୍ରାମର ଯେକୌଣସି ଲୋକର କୌଣସି ବିପଦ ପଡିଲେ ନନା ଜାଣିଲାମାତ୍ରେ ସେ ସର୍ବପ୍ରଥମେ ସେ ଯାଗାରେ ପ୍ରଥମେ ସାହାଯ୍ୟର ହାତ ବଢ଼ାଇ ପହଞ୍ଚିଯାନ୍ତି l ସେ ପରିବାର ର ଏକମାତ୍ର ରୋଜଗାର ବ୍ୟକ୍ତି ଥିଲେ, ତାଙ୍କର ଏକ ମାତ୍ର ପାଠ ପଢା ଛୋଟ ପିଲାଟିଏ, ଏହି ଦୁଃଖ ଦାୟକ ସମୟରେ ତାଙ୍କ ପରିବାରକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧର୍ଯ୍ୟ ଦିଅନ୍ତୁ ,ଏଭଳି ପରିସ୍ଥିତିରେ ଗ୍ରାମର ଓ ବନ୍ଧୁ ବାନ୍ଧବ ସମସ୍ତେ ଦୁଃଖ ଶୋକରେ ଭାଙ୍ଗି ପଡିଛନ୍ତି l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ତାଙ୍କର ପବିତ୍ର ଅମର ଆତ୍ମାକୁ ବୈକୁଣ୍ଠ ପ୍ରାପ୍ତ ହେଉ l ଓଁ ଶାନ୍ତି 🙏🙏🙏ଜୟ ଜଗନ୍ନାଥ ll
