*ନଅଗାଁ ଖ ଠାରେ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ*
ବଲାଙ୍ଗୀର(ରମେଶଅଗ୍ରୱାଲ.:ନିପ୍ର); ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଅଗାଁ ଖ ଠାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ “ବିକଶିତ ଭାରତ” ଗଠନ ପ୍ରତି ପାର୍ଟିର ଦୃଢ଼ ସଙ୍କଳ୍ପକୁ ପୁନରୁଦ୍ଧାର କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଡ଼. ମୁକେଶ ମହାଲିଙ୍ଗ ଯୋଗଦେଇ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରଙ୍କ ଐତିହାସିକ ଉପଲବ୍ଧି ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଦେଶକୁ ନୂତନ ଉଚ୍ଚତାକୁ ନେଇଯାଉଛି। ବିଜେପିର ମୂଲ୍ୟବୋଧ ଓ ସିଦ୍ଧାନ୍ତ ହିଁ ଏହାକୁ ଅନ୍ୟ ଦଳଠାରୁ ବିଶିଷ୍ଟ କରେ ବୋଲି ସେ ଉଲ୍ଲେଖ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଜେପିର ରାଜ୍ୟ ଉପ-ସଭାପତି ଶ୍ରୀ ଆଶୋକ ମିଶ୍ର ଯୋଗଦେଇ ପାର୍ଟିର ସଂଘର୍ଷମୟ ଇତିହାସ, ଦେଶସେବାରେ ଏହାର ଅବଦାନ ଓ ଆଗାମୀ ଦୃଷ୍ଟିକୋଣ ବିଷୟରେ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ ଯେ ଲକ୍ଷାଧିକ କର୍ମୀଙ୍କ ତ୍ୟାଗ ଓ ପରିଶ୍ରମର ଫଳସ୍ୱରୂପ ବିଜେପି ଆଜି ଦେଶର ସବୁଠାରୁ ବଡ଼ ରାଜନୈତିକ ଶକ୍ତି ଭାବେ ପରିଚିତ ହୋଇପାରିଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ନଅଗାଁ ଖ କାର୍ଯ୍ୟାଳୟରେ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇ, ବିଶ୍ୱ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଇଥିଲା। ଧ୍ୱଜା ଉତ୍ତୋଳନ ଓ “ବନ୍ଦେ ମାତରମ” ଗାନ କରାଯାଇ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିନା କରାଯାଇଥିବା ବେଳେ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଲୋଇସିଂହା ସରପଞ୍ଚ ନବ କିଶୋର ନାୟକ ନିଜର ସମର୍ଥକ ମାନଙ୍କ ସହ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ।
ଏଥିରେ ଗୌରାଙ୍ଗ ଚରଣ ନାଏକ, ସରୋଜ ସାହୁ, ପ୍ରଶାନ୍ତ ନାଏକ, ସୁନିଲ ଦାଶ, ମଣ୍ଟୁ ସାହୁ, ଅଜିତ କୁମାର ପଣ୍ଡା, ଦ୍ୱୀତି କୃଷ୍ଣ ସେଲମା, ଲକ୍ଷ୍ମଣ ପାତ୍ର, ପିତାମ୍ବର କଣ୍ଟା, ହିମାଂଶୁ ସାହୁ ପ୍ରମୁଖଙ୍କ ସହ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଏକ ହଜାରରୁ ଊର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଅlଗଲପୁର ରୁ ଦେବାନନ୍ଦ ପୁଟେଲ
