*ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ*
ବରଗଡ଼ : ୦୭.୦୪.(ନି, ପ୍ର )ସ୍ଵାସ୍ଥ୍ୟ ହିଁ ସମ୍ପଦ।ଏହି କ୍ରମରେ ଭାରତୀୟ ରେ଼ଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ବିଦ୍ୟାଳୟର ଜୁନିଅର୍ ରେଡକ୍ରସ୍ ପକ୍ଷରୁ ବିଶ୍ଵ ସ୍ୱାସ୍ଥ୍ୟ ଦିବସ – ୨୦୨୬ ଉପଲକ୍ଷେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି. ଏମ୍. ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ରେଡକ୍ରସ୍ କାଉନସେଲର ସଞ୍ଜୟ ଖମାରୀ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବରେ ଅମ୍ବାଭୋନା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା ଯୋଗ ଦେଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତେ ପୋଷକତତ୍ତ୍ଵଯୁକ୍ତ ଆହାର ଗ୍ରହଣ କରିବା ସହ ନିଶା ଦ୍ରବ୍ୟଠାରୁ ଦୂରେଇ ରହିବା, ନିର୍ଦ୍ଦିଷ୍ଟ ସମୟ ଭିତରେ ନିଜ ଶରୀରର ନିୟମିତ ପରୀକ୍ଷା କରାଇବା ଏବଂ ମନକୁ ସର୍ବଦା ଶାନ୍ତ ଓ ସକାରାତ୍ମକ ଚିନ୍ତାଧାରା ରଖି ଖାଦ୍ୟ ଖାଇବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।ବୈଠକରେ ଚଳିତ ବର୍ଷର ପ୍ରସଙ୍ଗ “ସ୍ଵାସ୍ଥ୍ୟ ପାଇଁ ଏକାଠି ହେବା, ବିଜ୍ଞାନ ସହ ଠିଆ ହେବା” ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।ପରିଚାଳନାରେ ଶିକ୍ଷୟିତ୍ରୀ ସୌଦାମିନୀ ବାରିକ,ରାଜ କୁମାରୀ ଭୁଏ,ଶିକ୍ଷକ ତେଜରାମ ସା, ଆଶୁତୋଷ ଭୋଇ,ବୋଧରାମ ବିଶ୍ବାଳ, ସୁବାସ ଚନ୍ଦ୍ର ଖମାରୀ, ଅମୂଲ୍ୟ ଭୋଇ,ଅଙ୍କିତ ମହନ୍ତ,ପଦ୍ମଲୋଚନ ବିଶିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଜୁନିଅର୍ ରେଡକ୍ରସ ଓ ବିଜ୍ଞାନ କ୍ଲବର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।
