
କୋରାପୁଟ…..ଜିଲ୍ଲା ସ୍ତରୀୟ ଦିଶା ମିଟିଙ୍ଗ ରେ
ଜିଲ୍ଲା ରେ ଦିଆଯାଉଥିବା ଛତୁଆ କୁ ନେଇ ଉଦବେଗ ପ୍ରକାଶ ପାଇଥିଲା l ଛତୁଆ ରେ ବାଦାମ ନ ପଡିବା ଏବଂ କେତେକ ଜାଗାରେ ଛତୁଆ ବଣ୍ଟନ ରେ ଜନପ୍ରତିନିଧି ଙ୍କୁ ସାମିଲ ନ କରିବା ଏବଂ ଛତୁଆ ନିମ୍ନ ମାନ ର ହେଉଥିବା ଅଭିଯୋଗ ନେଇ ଜନପ୍ରତିନିଧି କ୍ଷୋଭ ପ୍ରକାଶ କରିଥିଲେ l ସେହିପରି ଯେଉଁଠି ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର ଅଛି ସେଠାରେ ଯଥାଶୀଘ୍ର ଅଙ୍ଗନବାଡି କାମ କରିବାକୁ ପରାମର୍ଶ ଦିଆଯାଇଛି l ତା ଛଡା 966ଗୋଟି ସକ୍ଷମ ଯୋଜନା ରେ ଅଙ୍ଗବନବାଡି କେନ୍ଦ୍ର କୁ ଉନ୍ନତି କରିବାକୁ ପରାମର୍ଶ ଦିଆଯାଇଛି l ଜଳ ବିଭାଜିକା ରେ ଆମ୍ବ ପଣସ ସମେତ ଅନ୍ୟାନ୍ୟ ପନିପରିବା ପାଇଁ ଚଳିତ ବର୍ଷ 57ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବିଭାଗୀୟ କତୃପକ୍ଷ ସୂଚନା ଦେଇଛନ୍ତି l ଜିଲ୍ଲା ରେ ମାଣ୍ଡିଆ କୁ ଆହୁରି ଲୋକାଭିମୁଖୀ କରିବାକୁ କତୃପକ୍ଷ ଙ୍କୁ ଜନ୍ରପ୍ରତିନିଧି ପରାମର୍ଶ ଦେଇଥିଲେ l ଜିଲ୍ଲାପାଳ ଜନପ୍ରତିନିଧି ଙ୍କୁ ନିବେଦନ କଲେ ଯେ ଯେଉଁ ବେକାରୀ ପିଲାମାନଙ୍କୁ ସ୍କିଲ ଟ୍ରନେଙ୍ଗୀ ବ୍ଲକ ରେ ଦିଆଯାଉଛି l ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଜନପ୍ରତିନିଧି ତତପର ହେବାକୁ କହିଥିଲେ l ସେହିପରି ସ୍ବlସ୍ଥ୍ୟ କୃଷି ଭଳି ବିଭିନ୍ନ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା l ଏହି ମିଟିଙ୍ଗ ରେ କୋରାପୁଟ ସଂସଦ ସପ୍ତଗିରି ଉଲ୍ଲଜା ଜୟପୁର ବିଧାୟକ ତlରlପ୍ରସlଦ ବାହିନୀପତି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କlଡ଼ାମ କୋରାପୁଟ ଜିଲ୍ଲାପାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ କାଯ୍ୟନିର୍ବାହୀ ଅଫିସର ସମେତ ସମସ୍ତ ବିଭାଗୀୟ ଅଫିସର ସାମିଲ ହୋଇଥିଲେ l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ନିୟୁଜ୍