
=========================================
ବୈଶିଙ୍ଗା – ସ୍ଥାନୀୟ ଡାକବଙ୍ଗଳା ପରିସରରେ ବେତନଟୀ ବଡସାହି, ମୋରଡା ଓ ରାସଗୋବିନ୍ଦପୁର ବ୍ଳକ୍କୁ ନେଇ ୨୦୧୯ ମସିହାରୁ ଗଠିତ” ବିକାଶ ମଞ୍ଚ”ର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପବିତ୍ର ସାଧାରଣତନ୍ତ୍ର ଦିବସର ଅପରାହଣରେ ଅନୁଷ୍ଠିତ ଉକ୍ତ ସଭାରେ ମନୋରଂଜନ ବଳା ଅଧ୍ୟକ୍ଷତା କରିଥିଲେ।ମଞ୍ଚର ସଂଯୋଜକ ଅରୁଣ କୁମାର ଓତା ଗତ ବୈଠକର ବିବରଣୀ ପଠନ ଓ କାର୍ଯ୍ୟକ୍ରମର ସମୀକ୍ଷା ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଉପ ଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ୱାଳ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ ସହ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ।ଆଲୋଚନାରେ ବିକାଶ ମଞ୍ଚର ସଦସ୍ୟ ମାନଙ୍କ ମଧ୍ୟରୁ ଡଃ ରମାକାନ୍ତ ସିଂହ, ସୁବୋଧ କୁମାର ଦଣ୍ଡପାଟ, ରାଜେନ୍ଦ୍ର କୁମାର ଜେନା, ସଚ୍ଚିଦାନନ୍ଦ ମହାନ୍ତି, ମାଧବୀ ସେନାପତି, ଜୟକିଶୋର ପାଣି, ଅର୍ଜୁନ ପାଣି, ଅର୍ଜୁନପାତ୍ର, ବିମଳେନ୍ଦୁ ମହାପାତ୍ର,ସଂଜୟ କୁମାର ମିଶ୍ର. ସନ୍ତୋଷ କୁମାର ଖଣ୍ଡା, ରବିନ୍ଦ୍ରନାଥମିଶ୍ର, ରତ୍ନାକର ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବେତନଟୀ ସବ ଡିଭିଜନ ଗଠନକୁ ଗୁରୁତ୍ୱ ଦେଇ ପୁଣିଥରେ ଦାବିପତ୍ର ଉପସ୍ଥାପନ, ହରିପୁର ଓ ସାନକେରକ ରେପୋଲିସ ଫାଣ୍ଡି ପ୍ରତିଷ୍ଠା,ନୀଳଗିରି- ବେତନଟୀ ଭାୟା-କପ୍ତିପଦା ଉଦଳା ଖୁଣ୍ଟା, ବଡ଼ସାହି ଦେଇ ରେଳ ସଂଯୋଗ ଏବଂ କୀର୍ତ୍ତନିଆରୁ ବାଲିଆପାଳ ବସ୍ତା, ନୂଆଗାଁ ହୋଇ ବେତନଟୀକୁ ରେଳ ସଂଯୋଗ, ୧୮ନଂ ଜାତୀୟରାଜପଥ ଦାନ୍ତିଆ ମୁହାଁ ଠାରେ ଗଳାପୋଳ ନିର୍ମାଣ,ବଡସାହିରେ ସବ ଟ୍ରେଜେରୀ ପ୍ରତିଷ୍ଠା, ବୈଶିଙ୍ଗା ଓ ସାନକେରକଠାରେ ନୂତନ ବ୍ଲକ୍ ପ୍ରତିଷ୍ଠା, ବେତନଟୀଠାରେ ଉଡନ୍ତା ପୋଲ ନିର୍ମାଣ,ବୈଶିଙ୍ଗା ଓ ବେତନଟୀ ଡାକ୍ତରଖାନାରେ ଟ୍ରମାସେଣ୍ଟର ପ୍ରତିଷ୍ଠା ଆଦି ଦାବିର ପୁନରାବୃତ୍ତି କରାଯାଇଥିଲା।ଏତଦ୍ ବ୍ୟତୀତ ବୈଶିଙ୍ଗା ଠାରେ କୃଷି ବିଜ୍ଞାନ କେନ୍ଦ୍ର ଏବଂ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ବାଲେଶ୍ଵର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏ ଦିଗରେ ବିହିତ ପଦକ୍ଷେପ ନ ନେବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ପରବର୍ତ୍ତୀ ବୈଠକ ମୋରଡା ବ୍ଲକ୍ ର ଚିତ୍ରଡାଠାରେ ଅନୁଷ୍ଠିତ ହେବାର ମତ ପ୍ରକାଶ ପାଇଥିଲା। ଏଥିପୂର୍ବରୁ ଚାରିଗୋଟି ବ୍ଳକ୍ ରୁ ୧୨ଜଣଙ୍କୁ ନେଇ ଗଠିତ ହୋଇଥିବା କୋର କମିଟିର ବୈଠକ ଯଥାଶିଘ୍ର କରାଯିବାର ସ୍ଥିର କରାଗଲା ।
ଶେଷରେ ଦେବରାଜ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।