ଟାଉନ ହଲରେ ବିଶ୍ୱ ନାଟ୍ୟ ଦିବସ ପାଳିତ, ବାମଣ୍ଡା ନାଟ୍ୟ ସମ୍ମାନ–୨୦୨୬ ପ୍ରଦାନ
ଦେବଗଡ଼ : ବାମଣ୍ଡା କଳାକାର ସଂଘ, ଦେବଗଡ ପକ୍ଷରୁ ଟାଉନ ହଲ ଠାରେ ଗରିମାମୟ ଭାବେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ବିପିନ ବିହାରୀ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଅମାତ ପୌରହିତ୍ୟ କରିଥିଲେ।
ମୁଖ୍ୟ ଅତିଥି ଭାବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଧୀରଜ କୁମାର ଚୋପଦାର ଓ ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ମନୋରଞ୍ଜନ ସୂତାର ଉପସ୍ଥିତ ଥିଲେ। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ଓ ପରାମର୍ଶଦାତା ହେମନ୍ତ କୁମାର ମହାପାତ୍ର, ମନୋଜ କୁମାର ପାଢୀ, ଦିଲୀପ କୁମାର ଗୁରୁ ଓ ସଂପାଦକ ରୋମିଓ ମହାପାତ୍ର ଉପସ୍ଥିତ ଥିଲେ।
ଏହି ଅବସରରେ ଚଳିତ ବର୍ଷର “ବାମଣ୍ଡା ନାଟ୍ୟ ସମ୍ମାନ–୨୦୨୬” ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ତଥା କଳାକାର ଅତୁଲ୍ୟ କୁମାର ପୂଜାରୀ ଓ ବରିଷ୍ଠ ଅଭିନେତା ପ୍ରଶାନ୍ତ କୁମାର ଦ୍ୱିବେଦୀଙ୍କୁ ପ୍ରଦାନ କରାଯାଇଥିଲା।
ନାଟ୍ୟକାର କୁମୁଦ ଚନ୍ଦ୍ର ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ଦିବଙ୍ଗତ କଳାକାର ମଙ୍ଗଳ ମହାଙ୍କୁର ଓ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତିରେ କାର୍ଯ୍ୟକ୍ରମଟି ଉତ୍ସର୍ଗୀକୃତ ହୋଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମ ଅଂଶରେ ବାଲ ଭାରତୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଞ୍ଜୟ ଦେବଙ୍କ ନିର୍ଦ୍ଦେଶନାରେ କ୍ଷୁଦ୍ର ନାଟକ “ଅବୁଝା ରାଜାଙ୍କ ବିଚାର” ପରିବେଷଣ କରିଥିଲେ। ଏହାସହ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଶିକ୍ଷକ ଗୌରହରି ସାହୁଙ୍କ ନିର୍ଦ୍ଦେଶନାରେ “ଅନୁତାପ” ନାଟକ ଅଭିନୟ କରିଥିଲେ।
ଘନଶ୍ୟାମ ବେହେରାଙ୍କ ଗ୍ରୁପ, ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀର ଗୀତିକା ଭୋଇ ଓ ନିଶାଲୀ ପାଢୀଙ୍କ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା।
ଏହାସହ ବାମଣ୍ଡା କଳାକାର ସଂଘର କଳାକାରମାନେ ନାଟ୍ୟକାର ଦିଲୀପ ବଳବନ୍ତରାୟଙ୍କ ରଚିତ ଓ ଅବନୀକାନ୍ତ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ “ନୀଳଠା ନିର୍ଦ୍ଦେଶକ” ଅଭିନୟ କରିଥିଲେ। ଏଥିରେ ସୁମନ ମହାକୁଳ, ସୁଜାତା ବେହେରା, ପ୍ରୀତମ ବେହେରା, ଶ୍ରବଣ କୁମାର ନାୟକ, ସାଗର ପୃଷ୍ଟି ଓ ଅବନୀକାନ୍ତ ମିଶ୍ର ଅଭିନୟ କରିଥିଲେ।
ସମସ୍ତ କଳାକାରଙ୍କ ରୂପସଜ୍ଜା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ କଳାକାର ନେତ୍ରାନନ୍ଦ ସାହୁ କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ସୁଶାନ୍ତ କୁମାର ନନ୍ଦ, ସନ୍ତୋଷ କୁମାର ସାହୁ, ତେମିଓ ରଞ୍ଜନ, ସ୍ୱାଗତ ନନ୍ଦ, ଫକୀର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବୁଡା, ଚିନ୍ମୟ ଦାସ, ଲିଙ୍କନ ସାହୁ, ବୁଲଟି ମହାପାତ୍ର, ମନୋରଞ୍ଜନ ନାୟକ, ବାବୁଲି ପ୍ରଧାନ, ଗୋପାଞ୍ଜଳୀ ପାଢୀ, ଧୃବଚରଣ ବେହେରା, ଚିନ୍ମୟ ସ୍ୱାଇଁ ଓ ତ୍ରିନାଥ ଦାଶ ପ୍ରମୁଖ ସହଯୋଗ କରିଥିଲେ। କ୍ୟୁଆର୍ ଲର୍ଣ୍ଣି ସେଣ୍ଟର ପକ୍ଷରୁ ଟ୍ରଫିଗୁଡ଼ିକ ପ୍ରଦାନ କରାଯାଇଥିଲା।
