ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ।
ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ସମାଜସେବୀ ତଥା ବରିଷ୍ଠ ଶିକ୍ଷାବିତ୍।
ଆଜକୁ ଠିକ୍ ୪୭ ବର୍ଷ ପୂର୍ବେ ଜନସଂଘ ରୁ ଭାରତୀୟ ଜନତା ପାର୍ଟିର ଉପ୍ତତି ୧୯୮୦ ମସିହା ଏପ୍ରିଲ୍ ୬ତାରିଖରେ ଭାରତୀୟ ଜନତା ପାର୍ଟିର ଉପ୍ତତି ହୋଇଥିଲା।ଯାହା ବର୍ତ୍ତମାନ ୪୭ବର୍ଷରେ ପଦାର୍ପଣ କରିଛି। ଆଜି ବାହାଡ଼ଝୋଲା ମଣ୍ଡଳ ତରଫରୁ ବାବା ଫୁଲେଶ୍ଵର କଲ୍ୟାଣୀ ମଣ୍ଡପ ଠାରେ ଧୁମ୍ ଧାମରେ ପାଳନ କରାଯାଇଛି। ସଭାରେ ମଞ୍ଚ ପରିଚାଳନା କରିଥିଲେ ମଣ୍ଡଳ ସଭାପତି ଦିଲିପ ନାୟକ, ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ କାର୍ଯ୍ୟ କର୍ତ୍ତା ଭୀମସେନ ସେଠି, ତତ୍ ସହିତ ଶୁସିଲ କୁମାର ସାହୁ, ସମାଜ ସେବୀ ଗୈରାଙ୍ଗ ଚନ୍ଦ୍ର ପଟ୍ଟନାୟକ, ଦୁର୍ଯୋଧନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ଜନସାଧାରଣ ଯୋଗଦାନ କରିବା ସହିତ ସିଙ୍ଗାରପଲ୍ଲୀ ଗ୍ରାମ ପଞ୍ଚାୟତର ସମାଜ ସେବୀ ତଥା ବରିଷ୍ଠ ଶିକ୍ଷାବିତ୍ ଗୈରାଙ୍ଗ ଚନ୍ଦ୍ର ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରେ ଯୋଗ ଦାନ କରିଥିଲେ।ବାହାଡ଼ଝୋଲା ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଦିଲିପ ନାୟକ ସ୍ବାଗତ କରିବା ସହିତ ସୁଚାରୁ ରୂପେ କାର୍ଯ୍ୟ ସମାପନ କରିଥିଲେ।
