*ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷ ରୁ ବିଜେପି ପ୍ରତିଷ୍ଠା ଦିବସ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୪.
ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷ ରୁ ବିଜେପି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏହି ପ୍ରତିଷ୍ଠା ଦିବସ ରେ ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଅଧ୍ୟକ୍ଷତା କରିଥିବା ବେଳେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇ ଦଳର ଅଙ୍ଗଠାନିକ ସୁଦୃଢ଼ କରିବାକୁ ଆହ୍ବାନ କରିଥିଲେ। ପୂର୍ବତ୍ତନ ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ବିଜେପି ଦଳ ର ପ୍ରତିଷ୍ଠା ରେ ନୀତି, ଆଦର୍ଶ ଏବଂ ବଳିଷ୍ଠ ନେତୃତ୍ୱ ଅବଦାନ ବଳରେ ଆଜି ବିଜେପି ଦେଶର ଶ୍ରେଷ୍ଠ ଦଳ ରୂପେ ନିଜ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ। ସଭାରେ ସମ୍ପାଦକ କିଶୋର ପତି ମଞ୍ଚାସିନ ହୋଇଥିଲେ। ଦଳର ଆଦର୍ଶ କୁ ଅନୁପ୍ରାଣୀତ ହୋଇ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ଏକମାତ୍ର ଲକ୍ଷ ଅଟେ। ପ୍ରତିଷ୍ଠା ଦିବସ ରେ ବହୁ ନେତା, କର୍ମୀ ସାମିଲ ହୋଇଥିଲେ।
