
*ନୂଆଗାଁ ଭାଗବତ ଜୀଉ କମିଟିର ରକ୍ତଦାନ ଶିବିର
————————————————
ବେତନଟୀ : : ବେତନଟୀ ବ୍ଲକ ପୁରୁଣିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗାଁସ୍ଥିତ ଭାଗବତ ଜୀଉ କମିଟି, ଓଡ଼ିଶା ରକ୍ତଦାତା ସଂଘ ଓ ଓଡ଼ିଶା ସ୍ୱାଭିମାନ ପରିଷଦର ମିଳିତ ସହଯୋଗରେ ନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଭାଗବତ ଜୀଉ କମିଟିର ମୁଖ୍ୟ ସୃଷ୍ଟିଧର ସାହୁ ଉଦଘାଟନ କରିଥିଲେ । କୃତ୍ତିବାସ ସାହୁ, ଗୌରମୋହନ ସାହୁ, ବିଜୟ କୁମାର ଆଚାର୍ଯ୍ୟ, ଓଡ଼ିଶା ସ୍ୱାଭିମାନ ପରିଷଦର ସଭାପତି ଜୟନ୍ତ କୁମାର ପାଣିଗ୍ରାହୀ, ଓଡ଼ିଶା ରକ୍ତଦାତା ସଂଘର ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ ଓ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରକ୍ତଦାତା ମାନଙ୍କୁ ସଚେତନ କରିବା ସହ ଉତ୍ସାହିତ କରିଥିଲେ । ବାଲେଶ୍ଵରସ୍ଥିତ ଓଡ଼ିଶା ରକ୍ତକେନ୍ଦ୍ରର ମେଡ଼ିକାଲ ଅଫିସର ଡ଼ା. ବସନ୍ତ କୁମାର ଉପାଧ୍ୟାୟ, ବିଜୟ କୁମାର ପଟ୍ଟନାୟକ, ମୋନାଲିସା ମହାନ୍ତି, ମୋନାନି ମଲ୍ଲିକ, ବିନୋଦ ବିହାରୀ ଦାସ, ସନ୍ତୋଷ କୁମାର ଜେନା ପ୍ରମୁଖ ଯୋଗଦେଇ ଏହି ଶିବିରରୁ ୨୭ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । କମଳଲୋଚନ ବାରିକ, ଗୌରୀଶଙ୍କର ମହାକୁଡୁ, କମଳଲୋଚନ ଆଚାର୍ଯ୍ୟ ଓ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ନାରାୟଣ ଦଳେଇ, ଦେବଦିପ୍ତି ସାହୁ, ଶଶଧର ସାହୁ, ଅରବିନ୍ଦ ରଣା, କମଳାକାନ୍ତ ବାରିକ, ପଞ୍ଚାନନ ମହାକୁଡୁ ଓ କମଳଲୋଚନ ଆଚାର୍ଯ୍ୟ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କମଳ ଲୋଚନ ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।