ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ !!
—————————————-
ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟର ତଦନ୍ତ ସହିତ ପାଣି ସମସ୍ୟା କୁ ନେଇ ଶୁକ୍ରବାର ଶତାଧିକ ମହିଳା/ପୁରୁଷ ବିଡ଼ିଓ ଶିବଶଙ୍କର ମୁର୍ମୁ ଙ୍କୁ ଦାବିପତ୍ର ଦେଇଛନ୍ତି। ପଞ୍ଚାୟତ ରେ କିଛି ନିମ୍ନମାନର କାର୍ଯ୍ୟ ହେବା ସହିତ ଫଲ୍ସ ବିଲ୍ ହୋଇଥିବା ଅଭିଯୋଗ କରିଛନ୍ତି। ସେହି ପଞ୍ଚାୟତରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ପିଇଓ ଓ ସରପଞ୍ଚ ଟଙ୍କା ହଡ଼ପ କରିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି।
କାଳବୈଶାଖୀ କୁଆପଥର ମାଡ ରେ ଗ୍ରାମବାସୀ କ୍ଷତିପୂରଣ ପାଇ ନଥିବା ଅଭିଯୋଗ କରିଛନ୍ତି । ସରପଞ୍ଚ ରାନି ସିଂ କୈାଣସି କାର୍ଯ୍ୟରେ ଗ୍ରାମବାସୀଙ୍କୁ ସାହାଯ୍ୟ କରୁନଥିବା କଥା ବିଡ଼ିଓଙ୍କୁ ଲିଖିତ ଜଣାଇଛନ୍ତି।
ସେହିପରି ଚାଉଳଘେରି, ସିଂ ସାହି, ଦେହୁରୀ ସାହି,ଅସନବଣି ପ୍ରାଥମିକ ବିଦ୍ୟାଳୟରେ ଥିବା ନଳକୂପ ଅଚଳ ସୋଇପଡିଛି ଦୀର୍ଘ ଦିନ ହେଲା ଗ୍ରାମ ବାସି ପାଣି ଲାଗି ଡହଳବିକଳ ହେଉଛନ୍ତି। ଚାଉଳ ଘେରି ପ୍ରଥମିକ ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ୪୦ ରୁ ଉର୍ଦ୍ଧ୍ବ ପରିବାର ପାଣି ନେଇ ଜଳୁଛନ୍ତି। ପାଣି ସମସ୍ୟା ସହିତ ଉନ୍ନୟନମୂଳକ କାର୍ଯ୍ୟର ତଦନ୍ତ ଲାଗି ବିଡ଼ିଓଙ୍କୁ ଗ୍ରାମର ଦଶରଥ ସିଂ, ରବିନ୍ଦ୍ରନାଥ ବେହେରା, ହାଡିବନ୍ଧୁ ସିଂ,ଗୁରୁବା ସିଂ, ସୁନା ସିଂ, ଆଦିକନ୍ଦ ବେହେରା,ସୁକ୍ରା ସିଂ,ଭୁଣ୍ଡା ସିଂ, ମନୋଜ ବେହେରା, ନାଏବ ସରପଞ୍ଚ ୱାର୍ଡ଼ ମେମ୍ବେର ଗଣେଶ ନାଏକ, ପତନ ବେହେରା, କିରଣ ନାଏକ ସହିତ ଶତାଧିକ ମହିଳା/ପୁରୁଷ ଦାବି କରିଛନ୍ତି। ଏ ବାବଦରେ ସରପଞ୍ଚ ରାନି ସିଂ କହିଛନ୍ତି କାଳବୈଶାଖୀ ସମୟ ରେ ମୁଁ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲି। ଯଦି ପଞ୍ଚାୟତରେ ନିମ୍ନ ମାନର କାର୍ଯ୍ୟ ହୋଇଛି ତାହେଲେ ତଦନ୍ତ ହେଉ ମୁଁ ଏହାକୁ ସ୍ବାଗତ କରିବି। ଟଙ୍କା ହଡ଼ପ ଓ ଫଲ୍ସ ବିଲ୍ ନେବା କଥା ସମ୍ପୁର୍ଣ୍ଣ ମିଛ ଅଟେ ଏହା ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତିି। ବିଡ଼ିଓ ଶିବଶଙ୍କର ମୁର୍ମୁ କହିଛନ୍ତି ଏ ବାବଦରେ ତିନି ଦିନ ମଧ୍ୟରେ ଅଭିଯୋଗ ହୋଇଥିବା କାର୍ଯ୍ୟ ସଂପୂର୍ଣ୍ଣ ତଦନ୍ତ କରାଯିବ । ତତ ସହିତ ଲୋକଙ୍କ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ। ଗାଁ ରେ ଉତ୍କଟ ହୋଇଥିବା ପାଣି ସମସ୍ୟାକୁ ଗୁରୁତ୍ବ ଦିଆଯାଇ ଏହାକୁ ଦୂର କରାଯିବ ବୋଲି ବିଡ଼ିଓ ଶ୍ରୀ ମୁର୍ମୁ ପ୍ରକାଶ କରିଛନ୍ତି।
ବାଙ୍ଗିରିପୋଷି କୁମ୍ଭାରମୁଣ୍ଡାକଟା ରୁ ସତ୍ୟବ୍ରତ ସେଠୀ ଭଞ୍ଜଦୂତ ରିପୋର୍ଟର
