ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ପାଳନ 2026 (ରିପୋର୍ଟ – ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ବିଧାରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ପାଳନ ହୋଇ ଯାଇଛି ଆଜି 04-04-2026 (ଶନିବାର ) ଦିନ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଧାରପୁର ଠାରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପ୍ରବେଶ ଉତ୍ସବ ରେ ସମସ୍ତ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦ୍ୱାରା ସ୍ୱାଗତ କରାଯାଇ ମଞ୍ଚାସିନ ହବାପାଇଁ ଆମନ୍ତ୍ରଣ କରାଯାଇଥିଲା, ପରେ ଅତିଥି ମାନଙ୍କ ପରିଚୟ କରାଯାଇ ଫୁଲତୋଡ଼ା ଉତ୍ତରୀ ଦେଇ ସାମ୍ନାନୀତ କରାଯାଇଥିଲା,ପରେ ଜଗତର ନାଥ ପଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅତିଥିଗଣ ପୂଜା ଅର୍ଚ୍ଚନା କରି ପ୍ରଦୀପ ପ୍ରଜ୍ୟୋଳିତ କରିଥିଲେ l ଉପସ୍ଥିତ ଦେଇଥିବା ଅତିଥିମାନେହେଲେ ମୁଖ୍ୟ ଅତିଥି ଗନ୍ଦିଆ ବ୍ଲକର ଗୋଷ୍ଠୀ ଉନ୍ନୟନ ଆଦିକାରୀ ଶ୍ରୀଯୁକ୍ତ ପବିତ୍ର ବେହେରା ବ୍ଲକ ଅଧକ୍ଷା ଶ୍ରୀମନ୍ତୀ ସୀମାରାଣୀ ଖଟୁଆ ମହୋଦୟା , ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ ରଞ୍ଜନ ଦଳେଇ ମହୋଦୟ ,ବିଧାରପୁର ସରପଞ୍ଚ ଶ୍ରୀଯୁକ୍ତ ଅଜୟ ମହାନ୍ତି(ଲୁନି ଭାଇ ), ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ମହୋଦୟଙ୍କ ଗନ୍ଦିଆ ବ୍ଲକର ପ୍ରତିନିଧି ଶ୍ରୀଯୁକ୍ତ ଲଳିତ ଦାସ (ଲଳିତ ଭାଇ )ABEO Cum BRCC ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସ୍ୱାଇଁ, ABEO ଶ୍ରୀଯୁକ୍ତ ସତ୍ୟେନ୍ଦ୍ର କୁମାର ସାହୁ, ABEO ଶ୍ରୀଯୁକ୍ତ ବିଦ୍ୟାଧର ପରିଡା ଓ ବ୍ଲକର 17ଜଣ CRCC ଙ୍କୁ ମୁଖ୍ୟ ଅତିଥିମାନେ ଫୁଲତୋଡ଼ା ଉତ୍ତରୀ ଦେଇ ସମ୍ବର୍ଦ୍ଧନା କରିଥିଲେ l ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପବିତ୍ର ବେହେରା ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ଏବଂ ତାଙ୍କ ଅଭିଭାଷଣରେ ତାଙ୍କର ପିଲାଦିନର ଅନୁଭୂତିର କଥା କହିଲେ ବର୍ତ୍ତମାନ ପ୍ରତ୍ୟେକ ବିଦ୍ୟାଳୟ ଦଣ୍ଡମୁକ୍ତ ଅଞ୍ଚଳ କିନ୍ତୁ ଆମପିଲାଦିନେ ଆମ ବାପା ମା ଆସି ସାରଙ୍କୁ କୁହନ୍ତି ମୋପୁଅର ଆଖି ଦୁଇଟାକୁ ଛାଡି ଯାହା ଦଣ୍ଡ ଦେଇପାରିବେ, କିନ୍ତୁ ବର୍ତ୍ତମାନ ସମୟରେ ତାହାଆଉ ନାହିଁ l ଗୁରୁଜୀ ଯେଉଁପିଲାକୁ ଖଡ଼ି ଛୁଆଁରେ ଅ ପଢ଼ାଇଥିଲେ ସେହିପିଲାକୁ ଆ ପଢ଼ାଇବା ପାଇଁ ଆସବୋଲି ଡାକିଥିଲେ କାରଣ ସେପିଲା ଦିନେ ବଡ ପଦବୀର ଅଧିକାରୀ ଥିଲେ lପରିଶେଷରେ ଖଡ଼ି ଛୁଇଁବାକୁ ଆସିଥିବା ଛୋଟ ପିଲାମାନଙ୍କୁ ଶିକ୍ଷକ ଓ ଅତିଥି ମାନେ ବ୍ରହ୍ମା, ବିଷ୍ଣୁ, ଓ ମହେଶ୍ୱର ନାମ ଉଚ୍ଚାରଣ କରି ଖଡ଼ି ଛୁଆଁଇବା ନୀତି ଆରମ୍ଭ କରିଥିଲେ l ମଞ୍ଚ ପରିଚାଳନା କରିଥିଲେ ମାନସ କୁମାର ସାହୁ ଓ ମଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ BRCC ସୁବାସ ଚନ୍ଦ୍ର ସ୍ୱାଇଁ l ପରିଶେଷରେ ପ୍ରବେଶ ଉତ୍ସବ ରଥକୁ ପୂଜା ଅର୍ଚ୍ଚନା କରି ଅତିଥିମାନେ ଗ୍ରୀନ ପତକା ଦେଖାଇ ରଥ ଆଗକୁ ଗଡିବାକୁ ସ୍ୱାଗତ କରିଥିଲେ l
