*ଓଡ଼ିଆ ପକ୍ଷ ପାଳନ ଅବସରରେ ସଙ୍ଗୀତ ଓ ତର୍କ ପ୍ରତିଯୋଗିତା*
ନୂଆପଡା(ମିଖାଏଲ ନନ୍ଦ)
ତା:୦୪.୦୪.
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ପକ୍ଷ ପାଲିତ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ ଓ ତର୍କ ପ୍ରତିଯୋଗିତା ହୋଇଥିଲା ।ସଙ୍ଗୀତ ପ୍ରତିଯୋଗିତାରେ ଝନିତା ପଟେଲ ,ନିରୂପମା ନାଗ,ଶୁଭଲଷ୍ମୀ ମହାପାତ୍ର ଏବଂ ବକୃତାରେ (ବିଷୟ-ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଆବଶ୍ୟକ ଅଛି କି ?)ସୁବାଷ ଚନ୍ଦ୍ର ବାଗ, ଝନିତା ପଟେଲ, ହରିପ୍ରିୟା ସଗରିଆ ପ୍ରମୁଖ ଯଥାକ୍ରମେ ପ୍ରଥମ ,ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ହରିବନ୍ଧୁ ହଂସ ପରିଚାଳନା କରିଥିଲେ।ବିଚାରକ ଭାବରେ ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ଅଭିଷେକ ରଥ, ଵିଭାଗୀୟ ମୁଖ୍ୟ ଡ଼ ସୁରଞ୍ଜନ ପ୍ରଧାନ,ଅଧ୍ୟାପିକା ଡ଼ କାଜଲ ମେହେର,ଅଧ୍ୟାପକ ଡ଼ ମହାଦେବ ଭୋଇ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇ “ଓଡ଼ିଆ ପକ୍ଷ”କୁ ସଫଳ କରିଥିଲେ ।ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
