*ଖଡିଆଳ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା, ମହାରାଜା ଫେନ୍ସି ଷ୍ଟୋର ସଂକଳ୍ପ ତ୍ରିବେଦୀ ଙ୍କ ଦୁର୍ଘଟଣା ରେ ଗୁରୁତର ଆହତ, ଖଡିଆଳ ମିଶନ ରେ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୪.୦୪.
ନୂଆପଡ଼ା ଜିଲ୍ଲା ଖଡିଆଳ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ଆଜି ଏକ ସଡ଼କ ଦୁର୍ଘଟଣା ରେ ୧୮ ବର୍ଷ ର ଯୁବକଙ୍କ ମୃତ୍ୟୁ ହୋଇଅଛି। ମୃତ୍ୟୁ ହୋଇଥିବା ଯୁବକ ଜଣଙ୍କ ଖଡିଆଳ ଆଶିଷ ତ୍ରିବେଦୀଙ୍କ ସାନ ପୁଅ ସଂକଳ୍ପ ତ୍ରିବେଦୀ (ରାଜା) ବୋଲି ଜଣାପଡ଼ିଛି। ଖବର ଜାଣିବା ପରେ ଖଡିଆଳ ମିଶନ ରେ ବିପୁଳ ଜନ ସମାଗମ ହୋଇଅଛି। ଏକ ବାଇକ୍ ଯୋଗେ ଆସିଥିବା ବେଳେ ସାମ୍ନା ପଟୁ ଏକ ଗାଡ଼ି ଆସୁଥିବା ଦେଖିବାକୁ ପାଇ ଭାରସାମ୍ୟ ହରାଇ ସମ୍ମୁଖ ରେ ଥିବା ଅଲ୍ଲୀ ବିରିଆନି ଦୋକାନ ଗେଟ୍ ରେ ପିଟି ହୋଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଡିଆଳ ମିଶନ ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସଂକଳ୍ପ ତ୍ରିବେଦୀ ନିଜ ପରୀକ୍ଷା ଦେଇ ଫେରୁଥିଲେ। ସେ ଜଣେ ଭଦ୍ର ଏବଂ ମେଳାପୀ ବ୍ୟକ୍ତିତ୍ୱ। ସବୁ ବେଳେ ହସ୍ ମୁଖ ଚେହେରା। ତାଙ୍କ ବିୟୋଗ ରେ ବିଭିନ୍ନ ମହଲ ରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।
