ବାଇକ୍ ଓ ଟ୍ରାକ୍ଟର ମୁହାଁ ମୁହିଁ।ଦୁଇ ଘଟଣା ସ୍ଥଳରେ ମୃତ ଜଣେ ଆହତ।
ତା ୪/୦୪/୨୦୨୬ରିଖ (ଭଦ୍ରକ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶନିବାର ସକାଳ ୮ଟା ୩୦ ମିନିଟରେ ଭଣ୍ଡାରିପଦୀ ଛକ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହିତ ବାଇକ ସାମନାସାମନି ଧକ୍କା ଥିବା ବେଳେ ଅନ୍ୟ ଜଣେ ଗୁରୁତର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛି। ଘଟଣାରୁ ଯାହା ଜଣାଯାଏ, ସ୍ଥାନୀୟ ହବିବ ନଗର ଅଞ୍ଚଳର ତିନି ଜଣ ବାଳକ ଏକ ବାଇକରେ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥର ଧାମନଗର ଛକ- ଧାମନଗର ପୂର୍ତ୍ତ ରାସ୍ତାର ଭଣ୍ଡାରିପଦୀ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ସହିତ ଶକ୍ତଧକ୍କା ହୋଇଥିଲା। ଏହି ଦୁର୍ଘଟଣାର ଶିକାର ତିନିଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିବା ବେଳେ ଡାକ୍ତର ସେକ କଲିମୁଦ୍ଦିନଙ୍କ ପୁତ୍ର ସେକ ଆରମାନ (୧୭) ଓ ସେକ ତାଲୋଙ୍କ ପୁତ୍ର ସେକ ଆଜମେର (୧୭)ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ଯ ଜଣେ ସେକ ଅଏନୁଲଙ୍କ ପୁତ୍ର ସେକ ସାବବିର(୧୮)ଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଟ୍ରାକ୍ଟର ଚଳାଉଥିବା ସେକ ଆସପାକ ଫେରାର ଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ପୋଲିସ ହେପାଜତକୁ ନେଇଥିବା ଜଣାଯାଇଛି। ତେବେ ଟ୍ରାକ୍ଟର ଚାଳକ ଓ ଗୁରୁତର ଆହତଙ୍କ ସହିତ ମୃତ୍ୟୁ ବରଣ କରିଥିବା ସମସ୍ତ ନାବାଳକ ଅଟନ୍ତି। ଏହି ଘଟଣାର ଥାନା କେଶ ନଂ ୧୫୨/୨୬ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ଉକ୍ତ ଘଟଣାରେ ଦୁଇଟି ଅମୁଲ୍ୟ ଜୀବନ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏପଟରେ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତ ପରିବାରଙ୍କୁ କ୍ଷତି ପୂରଣ ମିଳିବା ଦାବୀରେ ଧାମନଗର ଭଦ୍ରକ ମୁଖ୍ୟ ରାସ୍ତା ଟୋପିବାଲା ଛକ ଠାରେ ଶବକୁ ରାସ୍ତା ଉପରେ ରଖି ଅବରୋଧ କରିଛନ୍ତି। ଖବର ପାଇ ଧାମନଗର ଅତିରିକ୍ତ ତହସିଲଦାର ପଲ୍ଲୀଭାରତ ମହାଳିକ ଏବଂଧାମନଗର ଥାନା ଅଧିକାରୀ ସୁବ୍ରଜିତ ଦାଶ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କାରି ଓ ମୃତ ପରିବାରଙ୍କୁ ବୁଝାସୁଝା ସହ ସରକାରୀ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଛି ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
