ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ବ୍ଲକ କାଂଶବାଂଶ ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ୨୦୨୬ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅନନ୍ତପୁର ରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ କର୍ମଶାଳାରେ ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ବେହେରା, ସୋର ବିଧାନସଭା ନେତା ପର୍ଶୁରାମ ଧଡା,ମଣ୍ଡଳ ସଭାପତି ମନୋରଞ୍ଜନ ବାରିକ୍,ପୂର୍ବତନ ମଣ୍ଡଳ ସଭାପତି ସିଦ୍ଧାର୍ଥ ଶଙ୍କର ବେହେରା,ଟେଣ୍ଟେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମହାଳିକ,ସୋର ନଗର ସାମାଜିକ ଗଣମାଧ୍ୟମ ସଂଯୋଜକ ଆଲୋକ ମହାନ୍ତି ମଞ୍ଚାସିନ ଥିଲେ।ଏହି କର୍ମଶାଳାରେ ସୋର ବ୍ଲକ ର କାଂଶବାଂଶ ମଣ୍ଡଳ ଅଧିନସ୍ଥ ସମସ୍ତ ୭ଗୋଟି ପଞ୍ଚାୟତ ରୁ ୧୦୦ ଉର୍ଦ୍ଧ୍ୱ କର୍ମୀ ଓ ପଦାଧିକାରୀ ମାନେ ଯୋଗ ଦେଇଛନ୍ତି। ସଙ୍ଗଠନ ର ଶକ୍ତି ପାଖରେ କୌଣସି ନେତା ଅବା ବ୍ୟକ୍ତି ଉର୍ଦ୍ଧ୍ୱ ରେ ନୁହେଁ ବୋଲି ଉଦ୍ ଘାଟନ ସତ୍ର ରେ ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଦୀର୍ଘ ୬ ବର୍ଷ ପରେ ପ୍ରଶିକ୍ଷଣ ମହାଅଭିଯାନ ଶିବିର ଅନୁଷ୍ଠିତ ହେଉଥିବାର ପ୍ରଶିକ୍ଷକ ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବାର ଦେଖିବାକୁ ମିଳିଥିଲା। ତୃଣମୂଳ ସ୍ତରରୁ ମଣ୍ଡଳ ସ୍ତରୀୟ କର୍ମୀ ମାନେ ଗ୍ରାମାଞ୍ଚଳ ଓ ନଗର ରେ ଲୋକ ମାନଙ୍କ ର ସାମାଜିକ ତଥା ସରକାରୀ କ୍ଷେତ୍ରରେ ଅସୁବିଧା ଗୁଡିକୁ ସରକାର ଙ୍କ ସାମ୍ନା କୁ ଆଣି ଲୋକମାନଙ୍କୁ ଉପକୃତ କରାଇବାକୁ କର୍ମଶାଳା ରେ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ଦେଇଥିଲେ।ଅଜୟ ବାରିକ୍ ,ଚନ୍ଦ୍ର ଶେଖର ମହାପାତ୍ର ,ଅନିଲ୍ ମହାପାତ୍ର,ମାୟାଧର ବାରିକ୍ ,ପ୍ରମୋଦ ଦୀକ୍ଷିତ ,ନମିତା ମଲ୍ଲିକ ,ବସନ୍ତ ପାଣିଗ୍ରାହୀ ,ତପନ ମହାପାତ୍ର ,କୈଳାଶ ରାଉତ ,ସଞ୍ଜୟ ଦାସ , ଶିବ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
