ଲାଞ୍ଜିଗଡ (ନି:ପ୍ର ଭଞଦୂତ) : ଚୈତ୍ର ଚତୁର୍ଦଶ ଦିନ ତୁଳାପଡା ଗ୍ରାମରେ କଳାହାଣ୍ଡି କୈବର୍ତ୍ତ ମାନଙ୍କ ” ନାବପୂଜା ଓ ମା ଅଶ୍ବନୀ ବାସେଳୀ ପୂଜନ ” ବହୁ ସୁନ୍ଦର ଭାବରେ ହୋଇଯାଇଛି । ସକାଳ ୯ :୩୦ ସମୟରେ ଘଣ୍ଟ ,ଶଂଖ, ଢୋଲ, ନିଶାନ ଓ ହୁଳହୁଳିର ଉଲ୍ଲାସରେ କଳସ ଯାତ୍ରା ହୋଇଥିଲା । ଗ୍ରାମର ସର୍ବ ଦେବ ଦେବୀଙ୍କ ପୂଜନ ପରେ ଜାତିର ପତାକା ଉତ୍ତୋଳନ ଓ ମା ବାସେଳୀଙ୍କ ଦର୍ଶନ ସାରି ସମସ୍ତ ଜାତି ଭାଇଭଉଣୀମାନେ ସଭା ମଞ୍ଚ ଯାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଚକାମନ ନାଏକ ,ସମ୍ମାନୀୟ ଅତିଥି ଶ୍ରୀ ଶରତ କୁମାର ସେଠୀ ( ବିଡିଓ, ମଦନପୁର ରାମପୁର) , ଜିଲ୍ଲା ସଭାପତି ଈଶ୍ବର ଚନ୍ଦ୍ର ନାଏକ, ସଂପାଦକ ବୁଡୁ ମହାଲିଙ୍ଗ, ବରିଷ୍ଠ ନାଗରିକ ମନମୋହନ ନାଏକ, ମୋହିତ ପଧାନ, ବରୁଣ ନାଏକ, ଲାଦୁରାମ ଝାଙ୍କର, ଭଜମନ ଦେହୁରୀ , ଅଶୋକ ତରିଆ, ରବିନ୍ଦ୍ର ପାଣ୍ଡେ, ସୁଦାମ ମହାଲିଙ୍ଗ,ନାରାୟଣ ପ୍ରସାଦ ନାୟକ,ତପନ ନାଏକ, ପ୍ରମୁଖ ସଭାକାର୍ଯ୍ଯ ତୁଲାଇ ଥିଲେ । ଅତିଥିମାନେ କୈବର୍ତ୍ତ ଜାତିର ଉନ୍ନତି ପାଇଁ ଶିକ୍ଷା , ନାରୀଶିକ୍ଷା ଓ ନିଶା ନିବାରଣ ଉପରେ ଗୁରୁତ୍ବ ଦେଇଥିଲେ ।ଶଙ୍କର ଝାଙ୍କର ଚଇତି ପର୍ବ ଉପରେ ନିଜ ଲେଖା କବିତା ଆବୃତ କରିଥିଲେ । ପୂଜା ମଣ୍ଡପର ଦାୟିତ୍ବ ଦାମୋଦର ସେଠ , ବୃନ୍ଦା ନାଏକ, ଭୁପିନ୍ଦ୍ର ସେଠ , ତୁଲାଇ ଥିଲେ । ତୁଳାପଡା ଗ୍ରାମର ପିଣ୍ଟୁ ନାଏକ, ରାହାସ ସା , ମୁକୁନ୍ଦ ନାଏକ, ଭୋଦେବ ନାଏକ, କୃଷ୍ଣ ନାଏକ, ଶେଷ ମହାଲିଙ୍ଗ, ସୁରେଶ ମଲ୍ଲିକ, କିଶୋର ମହାଲିଙ୍ଗ ଅତିଥି ସେବା , ପ୍ରସାଦ ବଣ୍ଟନ ଦାୟିତ୍ବରେ ଥିଲେ । ଚଇତି ପରବ ସନ୍ଧ୍ୟା ୫:୩୦ ରେ ସମାପନ ହୋଇଥିଲା ।
