ଅଙ୍ଗଦାନ ଭଳି ପୁଣ୍ୟ କାମ କରି ଚର୍ଚ୍ଚା ରେ ରହିବା ସହ ପ୍ରଶଂସିତ ହେଲେ ରମେଶ ରଣସିଂ।
ଗଜପତି ( ଟିକି ଲିମା)
ଅଙ୍ଗଦାନ ମହତ୍ ଦାନ, ପୁଣ୍ୟ ପ୍ରାପ୍ତି ପାଇଁ ଅଙ୍ଗଦାନ ଠାରୁ ଆଉ କିଛି ମହତ୍ କାର୍ଯ୍ୟ ନାହିଁ। ଅଙ୍ଗଦାନ ଭଳି ପୁଣ୍ୟ କାମ କରି ଚର୍ଚ୍ଚା ରେ ରହିବା ସହ ପ୍ରଶଂସିତ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅଧୀନରେ ଥିବା ଜାଲିବାଡି ଗ୍ରାମର ରମେଶ ରଣସିଂ । ଗତ ୩୧ ତାରିଖ ଦିନ ଏକ ବାଇକ୍ ଦୁର୍ଘଟଣା ର ସମ୍ମୁଖୀନ ହୋଇ ଚନ୍ଦ୍ରଗିରି, ବ୍ରହ୍ମପୁର ଓ ଶ୍ରୀକାକୁଲମ ଠାରେ ଚିକିତ୍ସିତ ହେଉଥିଲେ ରମେଶ। ଚିକିତ୍ସା ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରମେଶ ମରିବା ପୂର୍ବରୁ ଅଙ୍ଗଦାନ ପାଇଁ ନିଷ୍ପତ୍ତି କରିଥଲେ। ରମେଶଙ୍କ ନିଷ୍ପତ୍ତି କୁ ସମ୍ମାନ ଜଣାଇ ପରିବାର ପକ୍ଷରୁ ରମେଶ ଙ୍କ ଅଙ୍ଗଦାନ କରାଯାଇଥିଲା। ରମେଶଙ୍କ ମୃତ୍ୟୁ ଖବର ପାଇଁ ତାଙ୍କ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଙ୍ଗଦାନ ଭଳି ପୁଣ୍ୟ କାମ କରିବା ପାଇଁ ମୋହନା ପୋଲିସ୍ ପକ୍ଷରୁ ତାଙ୍କ ମୃତ ଶରୀର କୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଉଛି।
