**କୁଲତା ପରିବାରର ଐକ୍ୟ ଓ ସଂସ୍କୃତିର ଉଜ୍ଜ୍ୱଳ ପ୍ରକାଶ: ଭବାନୀପାଟଣାରେ ପାଳିତ ହେଲା କୁଲତା ଦିବସ**
**ଭବାନୀପାଟଣା (କଳାହାଣ୍ଡି.ରମେଶ ଅଗ୍ରୱାଲ.), ୦୨ ଅପ୍ରେଲ ୨୦୨୬:** ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କୃଷିଜୀବୀ ସମ୍ପ୍ରଦାୟ **କୁଲତା)** ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଐକ୍ୟ, ସଂସ୍କୃତି ଓ ପରମ୍ପରାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଆଜି ଭବାନୀପାଟଣା ଟାଉନ୍ ହଲ୍ରେ ବିଶାଳ **କୁଲତା ଦିବସ** କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଐତିହାସିକ ଅନୁଷ୍ଠାନରେ ସହରୀୟ କୁଲ୍ତା ପରିବାର ସଂଘ, ଭବାନୀପାଟଣା ଦ୍ୱାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ, ପିଲାମାନଙ୍କ ପ୍ରତିଯୋଗିତା ଓ ସାମୂହିକ ରାତ୍ର ଭୋଜନର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମ ଟି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଧାନ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ **ଶ୍ରୀଯୁକ୍ତ ବେଲାଳସେନ ଭୋଇ**, ୨୪ତମ ମହାସଭା କାର୍ଯ୍ୟକାରୀ ସଭାପତି। ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ **ଡା. ପଲଉ ପ୍ରଧାନ** (ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ), **ଶ୍ରୀମତୀ ରାଜଶ୍ରୀ ନାୟକ** (ଉପାଧ୍ୟକ୍ଷ, ଆଦର୍ଶ ବିଦ୍ୟାଳୟ, ଭବାନୀପାଟଣା), **ଶ୍ରୀଯୁକ୍ତ ଅଶ୍ୱିନ ପାତ୍ର** (ମୁଖ୍ୟ ସଂଯୋଜକ, ଆୟୋଜକ କମିଟି), **ଶ୍ରୀଯୁକ୍ତ ପ୍ରେମାନନ୍ଦ ସାହୁ** (ରାଜ୍ୟ ଯୁବଶକ୍ତି ସଂଗଠନ ସମ୍ପାଦକ, ବଲାଙ୍ଗିର) ଏବଂ **ଶ୍ରୀଯୁକ୍ତ କନିଷ୍ଟ କିଶୋର ସାହୁ** (କୁଲ୍ତା ସଂସ୍କୃତି ଓ ଇତିହାସର ଗବେଷକ, ଲେଖକ ଓ ବକ୍ତା)।
କାର୍ଯ୍ୟକ୍ରମର ସମାପ୍ତି ଅବସରରେ ସହରୀୟ କୁଲ୍ତା ପରିବାର ସଂଘର ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ ବିଶ୍ୱାଳ ଧନ୍ୟବାଦ ପ୍ରସ୍ତାବ ପାଠ କରି କହିଥିଲେ, “ଆଜିର ଏହି ଐତିହାସିକ କୁଲ୍ତା ଦିବସ କାର୍ଯ୍ୟକ୍ରମ ଦ୍ୱାରା ଆମ କୁଲ୍ତା ପରିବାରର ଐକ୍ୟ, ସଂସ୍କୃତି ଓ ପରମ୍ପରା ଆହୁରି ମଜବୁତ ହୋଇଛି।” ସେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ଆୟୋଜକ କମିଟିର ସଦସ୍ୟ, ସ୍ୱେଚ୍ଛାସେବୀ, ସଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପିଲାମାନଙ୍କୁ ଏବଂ ରାତ୍ର ଭୋଜନ ଆୟୋଜନରେ ସହଯୋଗ କରିଥିବା ସମସ୍ତ ପରିବାର ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ।
କୁଲ୍ତା ସମ୍ପ୍ରଦାୟ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ କୃଷିଜୀବୀ ଜାତି ଭାବେ ପରିଚିତ। ଓଡିଶା ର ଅନେକ ଜିଲ୍ଲା ସମେତ କଳାହାଣ୍ଡି ଜିଲ୍ଲାର ବହୁ ଅଂଚଳ ରେ ଏମାନଙ୍କର ବସତି ରହିଛି। ରାଣେଶ୍ୱର ରାମଚଣ୍ଡୀ ଦେବୀଙ୍କୁ ମୂଳ ଇଷ୍ଟ ଦେବତା ମାନି ଏହି ସମ୍ପ୍ରଦାୟ ନିଜର ସଂସ୍କୃତି, ପରମ୍ପରା ଓ କୃଷି ଜୀବନକୁ ସମୃଦ୍ଧ କରି ଆସୁଛନ୍ତି। ଏହି ଦିବସ ପାଳନ ସମ୍ପ୍ରଦାୟର ଯୁବପିଢ଼ୀଙ୍କୁ ନିଜର ଇତିହାସ ଓ ସଂସ୍କୃତି ପ୍ରତି ସଚେତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଅଂଶଗ୍ରହଣକାରୀମାନେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇଥିବାରୁ ଆୟୋଜକ କମିଟି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରକାରର ସମାଜିକ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଭବିଷ୍ୟତରେ ମଧ୍ୟ ଚାଲୁ ରହିବ ବୋଲି ଆଶା କରାଯାଉଛି।
ଉକ୍ତ କାର୍ଯ୍ୟକ୍ରମ ଟିକୁ ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ବେଦବ୍ୟାସ ପଧାନ ସଭା ପରିଚାଳନା କରିଥିବା ବେଳେ ସୁରେନ୍ଦ୍ର ପଧାନ, ଜୟନ୍ତ ପଧାନ, ଧନଞ୍ଜୟ ଭୋଇ, ନବୀନ ସା, ବିନୋଦ ସା, ସଶlଙ୍କ ଭୋଇ, ଦୁଷ୍ମନ୍ତ ପଧାନ, ଅନିଲ ପାତ୍ର, ଗଣେଶ ବୁଦ୍ଧିଆ ପ୍ରମୁଖ ସହଯୋଗ କରିଥିଲେ l
