ଦରିଆ ନାହାକାଣି ରାସ୍ତାରୁ ଗଛ କାଟିନେଉଛନ୍ତି ମୁଷ୍ଟିମେୟ
ସିଂହପୁର, ୦୨/୦୪(ଭଞ୍ଜଦୂତ:ସରୋଜ କୁମାର ଧଳ:ନିପ୍ର )
ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ସ୍ଥିତ ମା ଦରିଆ ନାହାକାଣୀ ମନ୍ଦିର ପରିସରରେ ସରକାରୀ ପ୍ରୟାସରେ ଜଙ୍ଗଲ ବିଭାଗ ଦ୍ୱାରା ଲଗାଯାଇଥିବା ଆକାଶି ଗଛଗୁଡ଼ିକୁ କେତେକ ମୁଷ୍ଟିମେୟ ବ୍ୟକ୍ତି ଜୋରଜବରଦସ୍ତ କାଟି ନେଉଛନ୍ତି | ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପ ଉତ୍ତେଜନା ପ୍ରକାଶ ପାଉଥିବା ବେଳେ ବନବିଭାଗ କର୍ମଚାରୀ ମାନେ ଘଟଣାରେ ସମ୍ପୃକ୍ତ ଥିବା ମଧ୍ୟ୍ୟ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି | ପ୍ରତିବର୍ଷ ପଣାସଂକ୍ରାନ୍ତି ଅବସରରେ ମନ୍ଦିରରେ ଭବ୍ୟ ପୂଜା ଆୟୋଜନ ହେଉଥିବା ସମୟରେ, କିଛି ଦୁର୍ବୁତ୍ତ ମାଙ୍କ ନାରେ ଗଛଗୁଡ଼ିକୁ କାଟି ବିଭିନ୍ନ ବିଦ୍ୟାଳୟ, ଦୋକାନୀ ଓ ରାଜନେତାଙ୍କୁ ବିକ୍ରି କରୁଥିବା ଅଭିଯୋଗ ଉଠୁଛି।
ଏହି ଅନିୟମିତତା କେବଳ ପରିବେଶକୁ କ୍ଷତି କରୁନାହିଁ, ବରଂ ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରୁଛି। ପ୍ରତିବର୍ଷ ଏଭଳି ଗଛ କଟା କୁ ନେଇ ବିବାଦ ଓ ଉତ୍ତେଜନା ପ୍ରକାଶ ପାଉଛି | ଆଜି କେତେକ ଲୋକ ମୂଲ୍ୟବାନ ଆକାଶୀ ଓ ଅନ୍ୟ ଗଛ ଗୁଡିକୁ କାଟୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା | ମୁଷ୍ଟିମେୟ ମାନେ ଏହି ଗଛ କୁ ଏକ ଘରୋଇ ସ୍କୁଲ କୁ ବିକ୍ରି କରିଥିବା ଚର୍ଚ୍ଚା ହେଉଛି | ଏଭଳି ବେଆଇନ ଗଛ କଟାକୁ ନେଇ ଲୋକେ ଜଙ୍ଗଲ ବିଭାଗ ର ଅଧିକାରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଲୋକଙ୍କ ମଧ୍ୟ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି | ଯଦି ଏହି ଘଟଣାରେ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଲୋକେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି |
