*ରସାୟନ ବିଜ୍ଞାନ ସ୍ନାତକୋତ୍ତର ବିଭାଗ ରେ ବିଦାୟୀ ସମ୍ବର୍ଦ୍ଧନା**
ନୂଆପଡା(ମିଖାଏଲ ନନ୍ଦ)
ତା :୧/୦୪/୨୬
ନୂଆପଡା ଜିଲ୍ଳା ଅନ୍ତର୍ଗତ ସ୍ୱୟଂଶାସିତ ଖଡ଼ିଆଳ ମହାବିଦ୍ୟାଳୟ ର ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ ରେ ଦ୍ୱତୀୟ ବର୍ଷ ର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି।ଏହି ସଭାରେ ବିଭାଗୀୟ ମୂଖ୍ୟ ଡ୍ର. ତରୁଣ କୁମାର ପ୍ରଧାନ ଅଧକ୍ଷତା କରିଥିବା ବେଳେ, ଅଧକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।
ସମ୍ମାନୀତ ଅତିଥି ଭାବରେ ଯୁକ୍ତଦୁଇ ଅଧକ୍ଷ ଡ୍ର. ରଣବିର ସିଂହ, ପରୀକ୍ଷା ନିରୀକ୍ଷକ ଶ୍ରୀ ସୁନୀଲ ପାଢ଼ୀ, ଡ୍ର. ସରୋଜ କୁମାର ପଣ୍ଡା ଯୋଗଦାନ କରିଥିଲେ।ଅତିଥିମାନେ ଛାତ୍ରଛାତ୍ରୀ ଙ୍କ ସୁଭବିଷ୍ୟତ କାମନା କରିବା ସହିତ ଭଲମଣିଷ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ।ଅଧ୍ୟାପିକା ରାଜଲଷ୍ମୀ ରଥ,ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ, ଦୋଳ ଗୋବିନ୍ଦ ନାଏକ,ବିପିନ ବିଶି ପ୍ରମୁଖ ସହାୟତା କରିଥିଲେ।ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନେ ଦ୍ୱତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରିଥିବା ବେଳେ, ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
