*ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଚକୋଟିଆ ଭୁଂଜିଆ ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନଦେଇ ଙ୍କ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୪. ,
ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଚକୋଟିଆ ଭୁଂଜିଆ ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନଦେଇ ଙ୍କ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ। ଏହି ଯାତ୍ରା ଦିନ ମାଁ ସୁନାଦେଇ ଛତର ଦେହରେ ବିରାଜମାନ ହୋଇ ଲିଙ୍ଗଭଟା ଠାରେ ପାରମ୍ପରିକ ପୂଜା ଅର୍ଚ୍ଚନା କରିଥିଲେ। ଖଡିଆଳ ରାଜା ଦେବ ଦେବ ସିଂ ଦେଓ ମାଁ ଙ୍କ ପୂଜା କରି ତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ସୁନଦେଇ ଦେବୀଙ୍କ ଦୁଇ ଗୋଟି ପୂର୍ଣ୍ଣିମା ରେ ପୂଜା ପାଇ ଲିଙ୍ଗ ଭଟା ଠାରେ ପୂଜା ପାଇଥାନ୍ତି। ଦଶହରା ମାସ କୁମାର ପୂର୍ଣ୍ଣିମା ଏବଂ ଚୈତ୍ର ମାସ ପୂର୍ଣ୍ଣିମା ରେ ସୁନାଦେଇଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଦେଖିବା ପାଇଁ ବିପୁଳ ଜନ ସମାଗମ ହୋଇଥିବା ବେଳେ ୨୪ ଗୋଟି ଟିକରି ରୁ ଆଦିବାସୀ ମାନେ ପହଞ୍ଚି ମାଁ ଙ୍କ ପୂଜା କରିଥାନ୍ତି।
