ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ପୁରୁଷ ଏବଂ ମହିଳା ମାନଙ୍କୁ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ।
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ପୁରୁଷ ଏବଂ ମହିଳା ମାନଙ୍କୁ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ତାରିଖ 01.04.2026 ବୁଧବାର ଦିନ ଅନୁଷ୍ଠିତ ହୋଇଛି।
ଏହି 10 ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ସାନତୁଣ୍ଡି ଗ୍ରାମ ପଂଚାୟତର ବଡଅଞ୍ଜ ଗ୍ରାମରେ ଅନୁଷ୍ଠିତ ହେଉଅଛି । ଏଥିରେ ମୋଟ 35 ଜଣ ପୁରୁଷ ଏବଂ ମହିଳା ତାଲିମରେ ଉପସ୍ଥିତ ଥିଲେ । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀମାନ ତ୍ରିନାଥ ନାଗ ସଭାପତିତ୍ୱ କରିଥିଲେ ତଥା ସାନତୁଣ୍ଡି ଗ୍ରାମ ପଂଚାୟତର ସରପଞ୍ଚ ମୋହଦୟା ଶ୍ରୀମତୀ ସଂଘମିତ୍ରା ଶବର ଏବଂ ୱାର୍ଡ ମେମ୍ବର ମୋହଦୟା ଲଷ୍ମୀ ଭୂୟାଁ-ବଡ ଅଞ୍ଜ,ଏମବିକେ ଶ୍ରୀମତୀ ଵାପିନି କାର୍ଜି ମହୋଦୟା ଓ ସିଆରପି ଶ୍ରୀମତୀ ଜଷ୍ନା ରାଣୀ ଗମାଙ୍ଗ ଅତିଥି ଭାବେ ଉପସ୍ଥିତ ଥିଲେ । ପୁରୁଷ ଏବଂ ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାଭଲମ୍ବୀ ଭାବେ ରୋଜକାରୀକ୍ଷମ ଉଦ୍ୟୋଗୀ ହୋଇପାରିବେ। ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ଶିକ୍ଷା ସଂଯୋଜକ ଶ୍ରୀ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ସହ କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ l
