କୋରାପୁଟ /01/04
କୋରାପୁଟ ରେ ପାଳିତ ହେଲା ଉତ୍କଳ ଦିବସ l
ଆଜି କୋରାପୁଟ ରେ ଉତ୍କଳ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଏକ ପଦ ଯାତ୍ରା ସହର ପରିକ୍ରମା କରାଯାଇଥିଲା ଓ ଶେଷରେ ଗୋପବନ୍ଧୁ ଓ ମଧୁସୂଦନ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ କାଯ୍ୟକ୍ରମ ଶେଷ ହୋଇଥିଲା l ଏହି କାଯ୍ୟକ୍ରମ ରେ ଜିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ ସମେତ ଜିଲ୍ଲା ର ବରିଷ୍ଠ ପ୍ରଶାସନିକ ପଦାଧିକାରୀ ଜନ ପ୍ରତିନିଧି ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ଗଣମାଧ୍ୟ୍ୟମ ର ପ୍ରତିନିଧି ଓ ଜନସାଧାରଣ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ଓ ସନ୍ଧ୍ୟା ରେ ସଂକୃତି ଭବନ ରେ ସାଂକୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏ ଉପଲକ୍ଷେ ରାଜ୍ୟସରକାର ତରଫରୁ ଓଡ଼ିଆ ପକ୍ଷ ପାଳିତ ହେଉଛି l ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
