*ଉଦ୍ଭିଦ ବିଜ୍ଞାନ ଵିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ରୀତା ଦାସଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା*
ନୂଆପଡା(ମିଖାଏଲ ନନ୍ଦ)
ତା:୩୧.୦୩.
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଵିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ରୀତା ଦାସଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଅତି ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ, ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ସହ ସମ୍ପାଦକ ଅଧ୍ୟାପକ ଡ଼ ରାଜ କୁମାର ରତେ, ପ୍ରାଧ୍ୟାପିକା ରୀତା ଦାସ ଉପସ୍ଥିତ ରହି ନିଜ ନିଜର ଅଭିଜ୍ଞତା ବ୍ୟକ୍ତ କରିଥିଲେ।ରସାୟନ ବିଜ୍ଞାନ ବିଭଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ଼ ତରୁଣ କୁମାର ପ୍ରଧାନ ତଥା ସମସ୍ତ ସହକର୍ମୀ ତଥା ସହଯୋଗୀମାନେ ମଧ୍ୟ ଅନୁଭୂତି ଉପସ୍ଥାପନ କରିଥିଲେ । ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନିଲ କୁମାର ପାଢୀ, ଅଧ୍ୟାପିକା ରାଜଲଷ୍ମୀ ରଥ, ଅଧ୍ୟାପକ ଡ଼ ଵିଷ୍ଣୁ ଦେବ ସିଂ ମଲ୍ଲିକ, ସୂର୍ଯ୍ୟକାନ୍ତ ଠାକୁର, ଡ଼ ସରୋଜ କୁମାର ପଣ୍ଡା, ହରିହର ବେଶରା, ହରିବନ୍ଧୁ ହଂସ, ଚିତ୍ତ ରଞ୍ଜନ ଜେନା,ଶୁଭ୍ରାଂସିସ ବାରିକ, ଶୁଭେନ୍ଦୁ ନିଆଲ, ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଶିଲା ତ୍ରିବେଦୀ, ଡ଼ କାଜଲ ମେହେର, ଲିପ୍ସା ବାରିକ, ସାଗରିକା ପଣ୍ଡା ,ଅଧ୍ୟାପକ ଡ଼ ସୁରଞ୍ଜନ ପ୍ରଧାନ, ରମାକାନ୍ତ ସିଂ ସାହାଣୀ, ଡ଼ ମହାଦେବ ଭୋଇଙ୍କ ସମେତ ସମସ୍ତ ସହକର୍ମୀ ଯୋଗ ଦେଇଥିଲେ।
