ମହିମାଗାଦି ଯୋରନ୍ଦାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ 49ତମ ପ୍ରାଦେଶିକ ଚାରଣ ସମ୍ମିଳନୀ l (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଢେଙ୍କାନାଳ ଜିଲ୍ଲା ମହିମା ଗାଦି ଯୋରନ୍ଦାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ 49ତମ ପ୍ରାଦେଶିକ ଚାରଣ ସମ୍ମିଳନୀ ତଥା ଶ୍ରୀ ଜଗନ୍ନାଥ ଚେତନା ଅଧିବେଶନ 2026 ଅନୁଷ୍ଠିତ ହୋଇଛି l ଏହା ତିନିଦିନ ଧରି ଚାଲିବ ତା -31-03-2026ରିଖ ମଙ୍ଗଳ ବାର ଠାରୁ ତା -02-04-2026ରିଖ ଗୁରୁବାର ପର୍ଯ୍ୟନ୍ତ l ଏହି ଜଗନ୍ନାଥ ଚେତନାର ଉଦେଶ୍ୟ ସୁସ୍ଥ ସମାଜ ପ୍ରତିଷ୍ଠା ଚାରଣ ଗୋଷ୍ଟିର ମୂଳଲକ୍ଷ୍ୟ, ସେଥିପାଇଁ ଚାରଣ ଗୋଷ୍ଠି ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛି, ଆଜି ସକାଳ ଆଠ ଘଟିକା ସମୟ ରେ ଯଜ୍ଞ ପାଇଁ କଳସ ଯାତ୍ରା ଓ ନଗର କୀର୍ତ୍ତନ ହୋଇଥିଲା ଏଥିରେ ନାଟିମା, ଯୋରନ୍ଦା, ନୁଆସାହି, ଜାମୁସରା ଓ ଦଧିଶିଙ୍ଗା ଗ୍ରାମର ଶତାଧିକ ମହିଳା ଓ ପୁରୁଷ କଳସ ଯାତ୍ରା ଓ ନଗର କୀର୍ତ୍ତନରେ ଭାଗନେଇଥିଲେ,ପ୍ରତ୍ୟେକ ଦିନ 2ଟାରେ ଭକ୍ତମାନଙ୍କପାଇଁ ପ୍ରସାଦ ସେବନର ବ୍ୟବସ୍ତା ହୋଇଛି,ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ଗୀତ ଗୋବିନ୍ଦ, ଭାତବତ ଧର୍ମସଭା ଅନୁଷ୍ଠିତ ହୋଇଥିଲା, ଅତିଥି ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଓ ଶ୍ରୀଯୁକ୍ତ ଗଣେଶ ଦାସ ମହାପାତ୍ର ଯୋଗଦେଇଥିଲେ l ଆସନ୍ତାକାଲି ତା -01-04-2026ରିଖ ବୁଧବାର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ସାହୁ ଡେପୁଟି କଲେକ୍ଟର ଓ ସାଧୁ ବିନୟ ଦାସ ମହାରାଜ ମହିମାଗାଦି ଢେଙ୍କାନାଳ, ତା 02-04-2026ରିଖ ଗୁରୁବାର ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମା ଚାରଣ ମୁଖ୍ୟଙ୍କ ସ୍ମୃତିଚାରଣ, ଅତିଥି -ଡକ୍ଟର ଗୋଲେଖ ନାୟକ -ଅଧକ୍ଷ, କପିଳାସ ମହାବିଦ୍ୟାଳୟ ଏହି କାର୍ଯ୍ୟକ୍ରମଟିକୁ ସହଯୋଗ କରୁଛନ୍ତି ଯୋରନ୍ଦା ଚାରଣ ଶାଖା ଓ ଢେଙ୍କାନାଳ ଜିଲ୍ଲା ର ସମସ୍ତ ଚାରଣ ବୃନ୍ଦ l
