ବିଷୟ -ନୟାଗଡ଼ରେ ଗ୍ୟାସ ସଙ୍କଟ, ଗ୍ୟାସ ନ ପାଇ ଉପଭୋକ୍ତl ଙ୍କ ରାସ୍ତା ରୋକ, ଯୋଗାଣ ବିଭାଗ ର ଅନନ୍ତ ଶୟନ ।
Ankar – ନୟାଗଡ଼ ରେ ଗ୍ୟାସ ସଙ୍କଟ, ଦୀର୍ଘ ସମୟ ତଥା ଦୀର୍ଘ ଦିନ ଧରି ନୟାଗଡ଼ ରେ ଗ୍ୟାସ ଉପଭୋକ୍ତl ଗ୍ୟାସ ପାଇବା ପାଇଁ କାଉଣ୍ଟର ଆଗରେ ଧାଡ଼ି ଲମ୍ବାଇ ଥିବା ବେଳେ ଆଜି ଉପଭୋକ୍ତl ଙ୍କ ପକ୍ଷରୁ ନୟାଗଡ଼ କଲେଜ ଉଠାଣି ନିକଟ ରେ ଥିବା ଏଚପି ଗ୍ୟାସ କାଉଣ୍ଟର ନିକଟ ରେ ଗ୍ୟାସ ପାଇବା ନିମନ୍ତେ ରାସ୍ତା ରୋକ କରିଛନ୍ତି,କିଛି ସମୟଧରି ଜାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ନୟାଗଡ଼ ଟାଉନ ଥାନା ପୋଲିସ କାଉଣ୍ଟର ନିକଟ ରେ ପହଂଚି ଉପଭୋକ୍ତା ଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ ହଟି ଥିଲେ ମଧ୍ୟ ଉପଭୋକ୍ତl ଙ୍କ ପ୍ରତିକ୍ରିୟା ଶୁଣିବାକୁ ମିଳିଥିଲା, ତଥାପି ଗ୍ୟାସ ପାଇବା ପାଇଁ ଉପଭୋକ୍ତା ନିଜ ଜିଦ ରେ ଅଟଳ ରହି ଥିବା ଓ ଯୋଗାଣ ଅଧିକାରୀ କହିବା ଅନୁଯାୟୀ ଯୋଗାଣ ଠିକ ଠାକ ଚାଲିଛି ତେବେ ଏପଟେ ଗ୍ୟାସ ପାଇବା ପାଇଁ ଉପଭୋକ୍ତା ଙ୍କ ଜିଦ, ସେପଟେ କେବେ ପ୍ରଶାସନ ଓ ଯୋଗାଣ ବିଭାଗ ଏହାର ସମାଧାନ କରୁଛନ୍ତି ଓ ଉପଭୋକ୍ତା ଗ୍ୟାସ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲାନୟାଗଡ଼ ରୁ ଦିଲିପ ପରିଡ଼ାଙ୍କ ସହିତ ଲୋକନାଥ ମହାପାତ୍ର ଙ୍କ ରିପୋର୍ଟ ଭଞ୍ଜଦୂତ Live ।
