*ନୂଆପଡ଼ା ଜିଲ୍ଲାରେ ସଦର ବ୍ଲକ୍ ପାୱାରତୋଳା ବ୍ରିଜ୍, ମରାମତି ନାମରେ ଦେଶୀ ଯୋଗାଡ,ପୋଲ ମଧ୍ୟରେ ଛୋଟ ପୋଲ ଦେଇ ବାଲିବସ୍ତା*
ନୂଆପଡା(ମିଖାଏଲ ନନ୍ଦ)
ତା:୨୮.୦୩.
ଦେଶି ଯୋଗାଡ ରେ ପାୱାରତୋଳା ବ୍ରିଜ୍। ନୂତନ ବ୍ରିଜ ନିର୍ମାଣ ନେଇ ବ୍ରିଜ ଖୁଣ୍ଟ ନିର୍ମାଣ ଶେଷ ହୋଇଥିବା ବେଳେ ମରାମତି ନାମରେ ଦେଶୀ ଯୋଗାଡ କରିବାକୁ ଆଗେଇ ଆସିଛନ୍ତି ବିଭାଗୀୟ ଅଧିକାରୀ ଓ ଠିକାଦାର। ଲୋକଙ୍କ ଯାତାୟାତ ରେ କୌଣସି ବାଧା ନ ହେବା ସହ କୌଣସି ଦୁର୍ଘଟଣା କୁ ଏଡ଼ାଇବା ପ୍ରୟାସ ମାତ୍ର ବୋଲି କହିଛନ୍ତି। ଏହି ବ୍ରିଜ୍ ଉପରେ ତିନି ଗୋଟି ସୀମାନ୍ତ ଗ୍ରାମପଞ୍ଚାୟତ ଆମାନାରା, କେନ୍ଦୁବାହାରା, ଓ ମୋଟା ନୂଆପଡ଼ା ଜିଲ୍ଲା ମହକୁମା ସହ ଯୋଡ଼ି ଯାତାୟତ ପାଇଁ ନିର୍ଭରଶୀଳ। ଏହି ବ୍ରିଜ୍ ୨୦୨୧ ମସିହାର ଲଗାଣ ବର୍ଷା ଯୋଗୁଁ ପୋଲ ଭାଙ୍ଗିବା ବେଳେ ୨୦୨୪ ମସିହା ଫେବୃଆରୀ ୪ ତାରିଖ ରେ ବିଜୁ ସେତୁ ଯୋଜନା ରେ ୨୦ କୋଟି ୬ ଲକ୍ଷ ୨୭ ହଜାର ଅର୍ଥ ବରାଦ ହୋଇଥିଲା। ନିର୍ମାଣ କାର୍ଯ୍ୟ ୨୦୨୪ ରେ ଆରମ୍ଭ ହୋଇ ୨୦୨୬ ଜାନୁଆରୀ ୧୮ ତାରିଖ ରେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିଲା। କିନ୍ତୁ ନିର୍ମାଣ ନାମ ରେ ମରାମତି କାମ ହାତକୁ ନେବ ଯୋଜନା ରେ ଅନେକ ସମସ୍ୟା ସୃଷ୍ଟି ହେଉଅଛି।ଯୋଜନା ସଫଳ ରୂପାୟନ ରେ ସମସ୍ୟା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ବିଦ୍ରୋହ ଦାନା ବାନ୍ଦୁଥିବା ସୂଚନା ମିଳୁଛି। ଆବଶ୍ୟକ ଉଚିତ୍ ପଦକ୍ଷେପ ପାଇଁ ଆହ୍ବାନ।
