*ଉଦନ୍ତୀ ନଦୀ ଅବବାହିକା ରେ ଗଢ଼ି ଉଠିଥିବା ଲୋକ କଳା, ଲୋକ ସାହିତ୍ୟ, ଲୋକ ସଂସ୍କୃତି ଏବଂ ପରମ୍ପରା କୁ ଉଜ୍ଜୀବିତ କରିବା ଉଦ୍ଧେଶ୍ୟରେ ଉଦନ୍ତୀ ମହୋତ୍ସବ ୨୦୨୬ ଉଦଘାଟିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୮.୦୩.
ନୂଆପଡ଼ା ଜିଲ୍ଲା ସିନାପାଲି ହାଇସ୍କୁଲ ପଡିଆ ଠାରେ ଉଦନ୍ତୀ ନଦୀ ଅବବାହିକା ରେ ଗଢ଼ି ଉଠିଥିବା ଲୋକ କଳା, ଲୋକ ସାହିତ୍ୟ, ଲୋକ ସଂସ୍କୃତି ଏବଂ ପରମ୍ପରା କୁ ଉଜ୍ଜୀବିତ କରିବା ଉଦ୍ଧେଶ୍ୟରେ ଉଦନ୍ତୀ ମହୋତ୍ସବ ୨୦୨୬ ଉଦଘାଟିତ ହୋଇଯାଇଅଛି। ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହନୀୟ ସଂସ୍କୃତି, ଉଚ୍ଚ କୋଟିର ସାହିତ୍ୟ ସାଧନା, ସାଙ୍ଗକୁ ପାରମ୍ପରିକ ତନ୍ତକଳା ଅଞ୍ଚଳର ପରିଚୟ ବାହାନ କରେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ରୂପେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଖଡିଆଳ ଏସ ଡି ପି ଉପେନ୍ଦ୍ର ପ୍ରଧାନ ଓ ଖଡିଆଳ ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳୀ ନନ୍ଦ, ସିନାପାଲି ବ୍ଲକ ଉପାଧ୍ୟକ୍ଷ ମୀନା ଘିବେଲା, ଜିଲ୍ଲା ପରିଷଦ ସଦସ୍ୟ ଆଶା ଜୈନ୍, ପୁଷ୍ପାଞ୍ଜଳୀ ଗୁଆଲ, ଯଜ୍ଞାସିନ କଟା ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ଯୋଷୀ ସଭା ରେ ଅଧ୍ୟକ୍ଷତା କରିଥିଲେ। ସମ୍ବଲପୁରୀ ନୃତ୍ୟ ଗୀତ ରେ ବିଭୋର ହୋଇଥିଲେ ଜନତା।
