*ଧଳପୁର ଠାରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*
ହରଭଙ୍ଗା :-୨୮/0୩ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଧଳପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ଠାରେ ଆସନ୍ତା ଏପ୍ରିଲ ୨ ତାରିଖ ଗୁରୁବାର ରେ ଜିଲ୍ଲା ସ୍ତରୀୟ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପିଲାଙ୍କ ନାମ ଲେଖା ପାଇଁ *ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ* କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଙ୍କ ନିର୍ଦେଶ କ୍ରମେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ *ପ୍ରବେଶ ଉତ୍ସବ ଓ ଖାଡ଼ିଛୁଆଁ* କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ ରେ ହରଭଙ୍ଗା ଗୋଷ୍ଠୀ ସମ୍ବଳ ସଂଯୋଜକ ତଥା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ୱର ସେଠୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିସିକେଶନ ବେହେରା, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତିକଶ୍ୱର ନାୟକ ଓ ଧଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୋଲସ୍ତି ଭୋକ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଶିକ୍ଷା ବର୍ଷ ୨୦୨୬-୨୭ ଆରମ୍ଭ ତଥା ଏପ୍ରିଲ ୨ ତାରିଖ ରେ ବିଦ୍ୟାଳୟ ସ୍ତରରେ ଅଙ୍ଗନୱାଡି ରୁ ଆସୁଥିବା ଏବଂ ଶିଶୁବାଟିକା ରେ ନାମ ଲେଖେଇବାକୁ ଯୋଗ୍ୟ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ରେ ନାମ ଲେଖେଇବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵାକ୍ଷରିତ ଥିବା ନିମନ୍ତ୍ରଣ ପତ୍ରକୁ ଛାତ୍ର ଅଭିଭାବକ ମାତାପିତା ଙ୍କୁ ପ୍ରଦାନକରାଯାଇଛି। ଏବଂ ଆଗାମୀ ଏପ୍ରିଲ ୨ ତାରିଖ ଗୁରୁବାର ଦିନ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖାଦିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଣୁ ଉକ୍ତ କାର୍ଯ୍ୟକ୍ରମ କୁ କିପରି ସୁଚାରୁ ଭାବରେ ହେବ ସେ ସମ୍ବଦ୍ଧ ରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା ବିଭିନ୍ନ କମିଟି ଗଠନ କରି ଦାୟିତ୍ୟ ବଣ୍ଟନ କରିଥିଲେ ଏଥିରେ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ଗୋଷ୍ଟୀ ଶିକ୍ଷ୍ୟା ଅଧିକାରୀ ହାଡିବନ୍ଧୁ ବେହରା ପ୍ରକାଶ କରିଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷକ ଶିକ୍ଷୟତ୍ରୀ ଓ ସି ଆର ସି ସି ପ୍ରମୁଖ ଯୋଗଦେଇଥିଲେ।
